ଓଡିଶା

odisha

ETV Bharat / bharat

ଦେଶର ପ୍ରଥମ ସିଡିଏସ ହେଲେ ବିପିନ ରାୱତ - ଦେଶର ପ୍ରଥମ ସିଡିଏସ ହେଲେ ବିପିନ ରାୱତ

ଦେଶର ପ୍ରଥମ ଚିଫ ଅଫ ଡିଫେନ୍ସ ଷ୍ଟାଫ(ସିଡିଏସ) ଭାବେ ନିଯୁକ୍ତି ପାଇଲେ ସେନା ଅଧ୍ୟକ୍ଷ ଜେନେରାଲ ବିପିନ ରାୱତ ।

bipin rawant first cds
ଫାଇଲ ଫଟୋ

By

Published : Dec 30, 2019, 3:15 PM IST

ନୂଆଦିଲ୍ଲୀ: ଦେଶର ପ୍ରଥମ ଚିଫ ଅଫ ଡିଫେନ୍ସ ଷ୍ଟାଫ(ସିଡିଏସ) ଭାବେ ନିଯୁକ୍ତି ପାଇଲେ ସେନା ଅଧ୍ୟକ୍ଷ ଜେନେରାଲ ବିପିନ ରାୱତ । ସେ ଏବେ ତିନି ସେନା ବାହିନୀର ମୁଖ୍ୟ ଭାବେ କାର୍ଯ୍ୟ କରିବେ। ତିନି ସେନା ବାହିନୀ ସହ ଜଡିତ ମାମଲାରେ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ପରାମର୍ଶ ଦେବା ତାଙ୍କ ଦାୟିତ୍ବ ହେବ ଅର୍ଥାତ ବିପିନ ରାୱତ ପ୍ରତିରକ୍ଷା ମନ୍ତ୍ରୀଙ୍କ ପ୍ରଧାନ ସୈନ୍ୟ ପରାମର୍ଶଦାତା ହେବେ । ଏହା ସହିତ ସେ ସରକାର ଓ ସେନା ବାହିନୀ ମଧ୍ୟରେ ସମନ୍ୱୟ ରକ୍ଷା କରିବାର କାର୍ଯ୍ୟ ମଧ୍ୟ କରିବେ ।

ଜେନେରାଲ ରାୱତଙ୍କର ସ୍ଥଳସେନା ମୁଖ୍ୟ ଭାବେ କାର୍ଯ୍ୟକାଳ ଆସନ୍ତାକାଲି ଶେଷ ହେବ। ସେ ଆସନ୍ତା କାଲି ହିଁ ସ୍ଥଳସେନା ପଦରୁ ଅବସର ନେବା ପରେ ଦେଶର ପ୍ରଥମ ସିଡିଏସ ଭାବେ ଦାୟିତ୍ବ ନେବେ ।

ABOUT THE AUTHOR

...view details