ନୂଆଦିଲ୍ଲୀ: 17ତମ ଲୋକସଭା ନିର୍ବାଚନରେ ବହୁମତ ହାସଲ କରି ନିଜର ଦ୍ବିତୀୟ ଇନିଂସ ଆରମ୍ଭ କରିବାକୁ ଯାଉଛନ୍ତି ନରେନ୍ଦ୍ର ମୋଦି । ଆସନ୍ତା ମେ 30ରେ ସେ ପୁଣିଥରେ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ । ତେବେ ତାଙ୍କର ଏହି ଶପଥ ଗ୍ରହଣ ସମାରୋହରେ ବିମଷ୍ଟେକ ସଂଗଠନର ରାଷ୍ଟ୍ରମୁଖ୍ୟ ଯୋଗ ଦେବେ ବୋଲି ସ୍ପଷ୍ଟ କରିଛନ୍ତ । ଏନେଇ ବିଦେଶ ମନ୍ତ୍ରାଳୟର ପ୍ରବକ୍ତା ରବିଶ କୁମାର ସୂଚନା ଦେଇଛନ୍ତି ।
ମୋଦିଙ୍କ ନିମନ୍ତ୍ରଣକୁ ବିମଷ୍ଟେକର ଗ୍ରୀନ ସିଗନାଲ
ପ୍ରଧାନମନ୍ତ୍ରୀଙ୍କ ଶପଥ ଗ୍ରହଣ ସମାରୋହରେ ବିମଷ୍ଟେକ ସଂଗଠନର ରାଷ୍ଟ୍ରମୁଖ୍ୟ ଯୋଗ ଦେବେ ବୋଲି ସ୍ପଷ୍ଟ କରିଛନ୍ତି । ଏନେଇ ବିଦେଶ ମନ୍ତ୍ରାଳୟର ପ୍ରବକ୍ତା ରବିଶ କୁମାର ସୂଚନା ଦେଇଛନ୍ତି ।
ତେବେ ଏହା ବ୍ୟତିତ କିର୍ଗିସ୍ତାନର ରାଷ୍ଟ୍ରପତି ଏସ ଜିନବେକୋ ଏବଂ ମରିସିୟସର ପ୍ରଧାନମନ୍ତ୍ରୀ ପ୍ରାବିନ୍ଦ ଜଗନ୍ନାଥ ମଧ୍ୟ ମୋଦିଙ୍କ ଶପଥ ଗ୍ରହଣ ସମାରୋହରେ ଯୋଗ ଦେବା ନେଇ ଦେଲେ ଗ୍ରୀନ ସିଗନାଲ ।
ବିମଷ୍ଟେକ ସଂଗଠନରେ ଭାରତ ବ୍ୟତିତ ବାଂଲାଦେଶ, ମିଆଁମାର, ଶ୍ରୀଲଙ୍କା, ଥାଇଲାଣ୍ଡ, ନେପାଳ ଏବଂ ଭୁଟାନ ଥିବା ବେଳେ ଏହି ସମସ୍ତ ଦେଶକୁ ଭାରତ ସରକାର ନିମନ୍ତ୍ରଣ ଦେଇଥିଲେ । ତେବେ ବାଂଲାଦେଶ ରାଷ୍ଟ୍ରପତି ମହମ୍ମଦ ଅବ୍ଦୁଲା ହାମିଦ, ମିଆଁମାର ରାଷ୍ଟ୍ରପତି ୟୁ ବିନ ମିଣ୍ଟ, ଭୁଟାନ ପ୍ରଧାନମନ୍ତ୍ରୀ ଲୋଟେ ଶେରିଙ୍ଗ, ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ଏବଂ ଥାଇଲାଣ୍ଡର ବିଶେଷ ଦୂତ ଗ୍ରିସାଡା ବୁନରୈକ ନୂଆଦିଲ୍ଲୀର ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ଯୋଗ ଦେବେ ।