ହାଇଦ୍ରାବାଦ: କୋରୋନା ମୁକାବିଲା ପାଇଁ ଚିନ୍ତାରେ ପଡିଛନ୍ତି ମାଇକ୍ରୋସଫ୍ଟ କୋ-ଫାଉଣ୍ଡର ବିଲ ଗେଟ୍ସ । ସାରା ବିଶ୍ବକୁ କୋରୋନା ଗ୍ରାସ କରିଥିବା ବେଳେ ଏହାର ସମାଧାନ କିପରି କରାଯାଇପାରିବ ସେନେଇ ନିଜ ଭାବନା ପ୍ରକାଶ କରିଛନ୍ତି ଗେଟ୍ସ । ଏନେଇ ନିଜ ପର୍ସନାଲ ବ୍ଲଗରେ ସେ ଲେଖିଛନ୍ତି ସମାଧାନର କିଛି ବାଟ । ଏହି ବ୍ଲଗରେ ସେ କୋରୋନାକୁ ବିଶ୍ବ ଯୁଦ୍ଧର ଆଖ୍ୟା ଦେଇଛନ୍ତି ଏବଂ କହିଛନ୍ତି କି ଏହି ଯୁଦ୍ଧରେ ତଫାତ ଏତିକି କି ଏଥିରେ ସମଗ୍ର ବିଶ୍ବବାସୀ ଗୋଟିଏ ପଟେ ରହିଛନ୍ତି ।
ସେ ଏହାର ସମାଧାନ ପାଇଁ ଦ୍ବିତୀୟ ବିଶ୍ବଯୁଦ୍ଧର ଉଦାହରଣ ଦେଇ କହିଛନ୍ତି କି ସେହି ସମୟରେ ରାଡାର, ଟର୍ପେଡୋସ ଓ କୋଡ ବ୍ରେକିଂ ଭଳି ଗ୍ଲୋବାଲ ଇନୋଭେସନ ପାଇଁ ଯୁଦ୍ଧ ସମାପ୍ତ ହୋଇଥିଲା । ବର୍ତ୍ତମାନ ସମୟରେ ମଧ୍ୟ ଏହିପରି କିଛି ଗ୍ଲୋବାଲ ଇନୋଭେସନର ଆବଶ୍ୟକତା ରହିଛି । ତେବେ ବର୍ତ୍ତମାନର ପରିସ୍ଥିତିକୁ ଦୃଷ୍ଟିରେ ରଖି ଗେଟ୍ସ ଏହାକୁ 5ଟି ବିଭାଗରେ ବିଭକ୍ତ କରିଛନ୍ତି । ସେ ହେଉଛି ଚିକିତ୍ସା, ଟୀକାକରଣ, ଟେଷ୍ଟିଂ, କଣ୍ଟାକ୍ଟ ଟ୍ରେସିଂ ଓ ପଲିସି ।