ଓଡିଶା

odisha

ମୋଦିଙ୍କୁ ବିଶ୍ବର ସବୁଠାରୁ ଧନୀ ବ୍ୟକ୍ତିଙ୍କ ପ୍ରଶଂସା

By

Published : Apr 23, 2020, 9:49 AM IST

ମୋଦିଙ୍କୁ ଏକ ଚିଠି ଲେଖିଛନ୍ତି ବିଲ ଗେଟ୍ସ । ସେ ଏଥିରେ କହିଛନ୍ତି ଯେ ମୋଦିଙ୍କ ନେତୃତ୍ବକୁ ଆମେ ପ୍ରଶଂସା କରୁଛୁ । ଅଧିକ ପଢନ୍ତୁ...

ମୋଦିଙ୍କୁ ବିଶ୍ବର ସବୁଠାରୁ ଧନୀ ବ୍ୟକ୍ତିଙ୍କ ପ୍ରଶଂସା
ମୋଦିଙ୍କୁ ବିଶ୍ବର ସବୁଠାରୁ ଧନୀ ବ୍ୟକ୍ତିଙ୍କ ପ୍ରଶଂସା

ନୂଆଦିଲ୍ଲୀ: ଭାରତର କୋଭିଡ 19 ମୁକାବିଲାକୁ ପ୍ରଶଂସା କରିଛନ୍ତି ବିଶ୍ବର ସବୁଠାରୁ ଧନୀ ବ୍ୟକ୍ତି ବିଲ ଗେଟ୍ସ । ଏକ ଚିଠି ଲେଖି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତାରିଫ କରିଛନ୍ତି ମାଇକ୍ରୋସୋଫ୍ଟ ପ୍ରତିଷ୍ଠାତା । ଭାରତର ପଦକ୍ଷେପ ଅନ୍ୟମାନଙ୍କ ପାଇଁ ଉଦାହରଣ ବୋଲି ସେ କହିଛନ୍ତି ।

ବୁଧବାର ଏନେଇ ମୋଦିଙ୍କୁ ଏକ ଚିଠି ଲେଖିଛନ୍ତି ବିଲ ଗେଟ୍ସ । ସେ ଏଥିରେ କହିଛନ୍ତି ଯେ ମୋଦିଙ୍କ ନେତୃତ୍ବକୁ ଆମେ ପ୍ରଶଂସା କରୁଛୁ । ଭାରତ ସରକାରଙ୍କ ପ୍ରତିଷେଧକ ବ୍ୟବସ୍ଥା ସାରା ବିଶ୍ବ ପାଇଁ ଉଦାହରଣ । କୋଭିଡ 19 ମୁକାବିଲାରେ ଭାରତ ସଫଳ ହେବା ସହ ପଜିଟିଭ ହାର କମ ରଖିଛି । ଦେଶବ୍ୟାପୀ ଲକଡାଉନ ଭଳି ପଦକ୍ଷେପ ପ୍ରଶଂସନୀୟ ।

ଏହାସହ ସେ ଆହୁରି ମଧ୍ୟ ଲେଖିଛନ୍ତି ଯେ ଭାରତ ସରକାରଙ୍କ ଦ୍ବାରା ଆଇସୋଲେସନ, କ୍ବାରେଣ୍ଟାଇନ ଓ ହଟସ୍ପଟ ଚିହ୍ନଟ ବ୍ୟବସ୍ଥା ଉପରେ ଅଧିକ ଫୋକସ କରାଯାଇଛି । ସାମ୍ପଲ ଟେଷ୍ଟିଂରେ ଅତ୍ୟାଧୁନିକ ବ୍ୟବସ୍ଥା ଓ ଡିଜିଟାଲ ପଦ୍ଧତି ଆପଣାଇବା ଦ୍ବାରା ଖୁବଶିଘ୍ର ଆକ୍ରାନ୍ତଙ୍କ ତଥ୍ୟ ମିଳିପାରୁଛି । କୋରୋନା ଆକ୍ରାନ୍ତଙ୍କୁ ଟ୍ରେସିଂ ଓ ସେମାନଙ୍କ କଣ୍ଟାକ୍ଟ ଟ୍ରାକିଂ କରିବାରେ ସରକାରଙ୍କ କାର୍ଯ୍ୟଶୈଳୀ ପ୍ରଶଂସନୀୟ ।

ବିଲ ଗେଟ୍ସ ଆରୋଗ୍ୟ ସେତୁ ଆପକୁ ମଧ୍ୟ ପ୍ରଶଂସା କରିଛନ୍ତି । ଏହା ଏକ ଚତ୍ମକାର ପଦକ୍ଷେପ । ଏହାସହ ସରକାର ସାମାଜିକ ଦୂରତ୍ବ ନିୟମକୁ କଡାକଡି ପାଳନ କରୁଥିବାର ଉଦାହରଣ ଦେଇ ସେ କହିଛନ୍ତି ଯେ ଏହାଦ୍ବାରା ସର୍ବସାଧାରଣ ସ୍ଥାନରେ ସଂକ୍ରମଣ ବ୍ୟାପିବାର ଭୟ ଅନେକ କମିଛି । ଭାରତ ସରକାରଙ୍କ ଉପଯୁକ୍ତ ପଦକ୍ଷେପ ଯୋଗୁଁ ଆଜି ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ନିୟନ୍ତ୍ରଣାଧୀନ ରହିଛି ବୋଲି ସେ ଚିଠିରେ ଲେଖିଛନ୍ତି ।

ସୌଜନ୍ୟ@ANI

.

ABOUT THE AUTHOR

...view details