ଜୟପୁର: ରାଜସ୍ଥାନ କୋଟା ଶିଶୁ ମୃତ୍ୟୁ ଏବେ ବି ଥମିବାର ନାଁ ନେଉନାହିଁ। ସ୍ଥାନୀୟ ଜେକେ ଲନ ହସ୍ପିଟାଲରେ ଭୟଙ୍କର ରୂପ ନେଉଛି ଶିଶୁ ମୃତ୍ୟୁ। ଏତେ ସଂଖ୍ୟକ ଶିଶୁଙ୍କ ମୃତ୍ୟୁ ଅଭିଭାବକଙ୍କ ସହ ପ୍ରଶାସନର ଚିନ୍ତା ବଢାଇ ଦେଇଛି । ହେଲେ କେବଳ କୋଟା ନୁହେଁ ବିକାନୀରରେ ମଧ୍ୟ ସ୍ଥିତି ଏହା ଠାରୁ ଭୟଙ୍କର ପାଲଟିଛି।
ଶିଶୁଙ୍କ ପାଇଁ କୋଟାଠୁ ଭୟାନକ ବିକାନୀର - bikaner news
ଶିଶୁଙ୍କ ପାଇଁ କୋଟାଠୁ ଭୟାନକ ହେଲାଣି ବିକାନୀରର ସ୍ଥିତି। ଏଠାରେ ଶିଶୁ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି। ଆଗକୁ ପଢନ୍ତୁ...
ଫାଇଲ ଫଟୋ
ବିଗତ 31 ଦିନ ଭିତରେ ଗଲାଣି 162 ଶିଶୁଙ୍କ ଜୀବନ। ପ୍ରତିଦିନ 5ରୁ ଅଧିକ ଶିଶୁଙ୍କ ଜୀବନ ଯାଉଛି । 2219 ପିବିଏମ ଶିଶୁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ସେମାନଙ୍କ ଭିତରୁ 162 ଜଣଙ୍କ ମୃତ୍ୟୁ ଘଟିଥିଲା। ପ୍ରାୟ 7.3 ପ୍ରତିଶତ ଶିଶୁଙ୍କ ଜୀବନ ଯାଇଛି ।
ଗତ ବର୍ଷ ଜାନୁୟାରୀରୁ ଡିସେମ୍ବର ପର୍ଯ୍ୟନ୍ତ ଏଠାରେ 1681 ଶିଶୁଙ୍କ ମୃତ୍ୟୁ ଘଟିଛି । 220 ବେଡ ବିଶିଷ୍ଟ ପିବିଏମ ଶିଶୁ ହସ୍ପିଟାଲରେ 140ଟି ବେଡ ଜେନେରାଲ ୱାର୍ଡରେ ରହିଛି । 72 ବେଡ ନିୟୋନେଟର କେୟାର ୟୁନିଟରେ ନବଜାତକଙ୍କ ଚିକିତ୍ସା ପାଇଁ ରହିଛି।