ଜୟପୁର: ରାଜସ୍ଥାନର ବିକାନେରର ଦେଶନୋକ ଠାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଏହି ଦୁର୍ଘଟଣାରେ ଗୋଟିଏ ପରିବାରର 7ଜଣଙ୍କର ମୃତ୍ୟୁ ହୋଇଛି । ମୃତକମାନଙ୍କ ମଧ୍ୟରେ 4ଜଣ ମହିଳା ଓ 3 ପୁରୁଷ ରହିଛନ୍ତି । ଅନ୍ୟ 3ଜଣ ମଧ୍ୟ ଆହତ ହୋଇଛନ୍ତି ।
ଖବରମୁତାବକ, ବିକାନେରର ଦେଶନୋକ ଆଡକୁ ମିନିବସ୍ଟି ଯାଉଥିବା ବେଳେ କରଣୀମାତାଙ୍କ ଦର୍ଶନ ସାରି ସମ୍ନା ପଟୁ ଆସୁଥିବା ଯାତ୍ରୀବାହୀ ବୋଲେରୋ ମଧ୍ୟରେ ଧକ୍କା ହୋଇଥିଲା । ଘଟଣାର ସୂଚନା ପାଇ ଅତିରିକ୍ତ ଏସ୍ପି ଘଟଣାସ୍ଥଳରେ ପହଞ୍ଚି 4ଜଣଙ୍କ ମୃତଦେହ ଉଦ୍ଧାର କରିଥିଲେ ଓ ଅନ୍ୟ 3ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ନିଆଯାଉଥିବାବେଳେ ରାସ୍ତାରେ ହିଁ ସେମାନଙ୍କ ମୃତ୍ୟୁ ହୋଇଛି ।