ପାଟନା: ଆଜି ବିହାରରେ ଦ୍ବିତୀୟ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ଚାଲିଛି ମତଦାନ । ସକାଳୁ ସକାଳୁ ବୁଥ୍ ସାମ୍ନାରେ ଲମ୍ବା ଲାଇନ ଲାଗିବା ଆରମ୍ଭ ହୋଇଛି । ଏହି ସମୟରେ ପ୍ରଥମ ଥର ପାଇଁ ଜଣେ ନୂଆ ଭୋଟର ତାଙ୍କ ଜେଜେମା’ଙ୍କ ସହ ମତ ସାବ୍ୟସ୍ତ କରିବାକୁ ପହଁଞ୍ଚିଛନ୍ତି । ଭୋଟ୍ ଦେବା ପାଇଁ ଉଭୟ ଜେଜେମା ଓ ନାତୁଣୀ ସାଇକେଲରେ ପାଟନାର ଏକ ମତଦାନ ବୁଥରେ ପହଞ୍ଚିଛନ୍ତି ।
"ମୁଁ ମୋ ଜେଜେମା’ଙ୍କ ସହ ଏଠାକୁ ଆସିଛି । ମୁଁ ପ୍ରଥମ ଥର ପାଇଁ ଭୋଟ୍ ଦେବି । ଭବିଷ୍ୟତରେ ଆମମାନଙ୍କୁ ଅଧିକ ନିଯୁକ୍ତି ସୁଯୋଗ ମିଳିବ ବୋଲି ମୁଁ ଆଶା କରୁଛି । " ମଙ୍ଗଳବାର ବିହାରରେ ଦ୍ବିତୀୟ ପର୍ଯ୍ୟାୟ ପାଇଁ ମତଦାନ 17 ଟି ଜିଲ୍ଲାର 94 ଟି ବିଧାନସଭା ଆସନରେ ଆରମ୍ଭ ହୋଇଛି । ଦ୍ବିତୀୟ ପର୍ଯ୍ୟାୟରେ 2.86 କୋଟିରୁ ଅଧିକ ଭୋଟର ଭୋଟ୍ ଦେବାକୁ ଯୋଗ୍ୟ ଅଟନ୍ତି ଯାହା ରାଜ୍ୟରେ ବିଧାନସଭା ନିର୍ବାଚନର ତିନୋଟି ପର୍ଯ୍ୟାୟ ମଧ୍ୟରୁ ସର୍ବ ବୃହତ ଅଟେ ।