ଓଡିଶା

odisha

ETV Bharat / bharat

କୋରୋନା ସଙ୍କଟରେ ଏମ୍ସର 400 ନର୍ସଙ୍କ ଧର୍ମଘଟ, ବଢିଲା ରୋଗୀ ସମସ୍ୟା - ଏମ୍ସରେ ବଢିଲା ରୋଗୀ ସମସ୍ୟା

ପାଟନା ଏମ୍ସର 400 ଚୁକ୍ତିଭିତ୍ତିକ ନର୍ସ ଧର୍ମଘଟ ଆରମ୍ଭ କରିଛନ୍ତି। ପାଟନା ଏମ୍ସ ବିହାରରେ ରହିଛି ଏକମାତ୍ର କେନ୍ଦ୍ରୀୟ ଡାକ୍ତରଖାନା, ଯେଉଁଠାରେ ଅନେକଭିଭିଆଇପି କୋରୋନା ରୋଗୀ ଚିକିତ୍ସିତ ହେଉଛନ୍ତି।

aiims contractual nursing staff strike
ପାଟନା ଏମ୍ସର 400 ନର୍ସଙ୍କ ଧର୍ମଘଟ

By

Published : Jul 23, 2020, 3:46 PM IST

ପାଟନା: କୋରୋନା କାଳରେ ବିହାରର ସ୍ବାସ୍ଥ୍ୟବସ୍ଥା ଗମ୍ଭୀର ରହିଛି । କେଉଁଠି ରୋଗୀଙ୍କୁ ଶଯ୍ୟା ମିଳୁନାହିଁ ତ ଆଉ କେଉଁଠି ଶଯ୍ୟା ପାଇଥିବା ରୋଗୀଙ୍କୁ ଉପଯୁକ୍ତ ସ୍ବାସ୍ଥ୍ୟସେବା ମିଳୁନାହିଁ । ଏହି ସମୟରେ ପାଟନା ଏମ୍ସର 400 ଚୁକ୍ତିଭିତ୍ତିକ ନର୍ସ ଧର୍ମଘଟ ଆରମ୍ଭ କରିଛନ୍ତି। ପାଟନା ଏମ୍ସ ବିହାରରେ ରହିଛି ଏକମାତ୍ର କେନ୍ଦ୍ରୀୟ ଡାକ୍ତରଖାନା, ଯେଉଁଠାରେ ଅନେକ ଭିଭିଆଇପି କୋରୋନା ରୋଗୀ ଚିକିତ୍ସିତ ହେଉଛନ୍ତି।

ନର୍ସମାନେ ଚାକିରି ସୁରକ୍ଷା, ବେତନ ବୃଦ୍ଧି, ସ୍ବାସ୍ଥ୍ୟ ବୀମା, ସ୍ଥାୟୀ କର୍ମଚାରୀଙ୍କ ପରି ଛୁଟି ଭଳି ଅନେକ ଦାବି ନେଇ ଧର୍ମଘଟକୁ ଓହ୍ଲାଇଛନ୍ତି। ଅନ୍ୟପଟେ ସେମାନଙ୍କର କିଛି ଦାବି କୁ ଆମେ ମାନି ନେଇଛୁ ବୋଲି କହିଛନ୍ତି ଏମ୍ସ ପ୍ରଶାସନ । ତେବେ ଏବେ ବି ନର୍ସଙ୍କ ଧର୍ମଘଟ ଜାରି ରହିଛି। ଯେଉଁଥିପାଇଁ ରୋଗୀଙ୍କ ସ୍ବାସ୍ଥ୍ୟସେବା ବାଧାପ୍ରାପ୍ତ ହେଉଥିବା ଦେଖିବାକୁ ମିଳିଛି ।

ସୂଚନା ଅନୁସାରେ, ବିହାରରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 30 ହଜାର 369 ଅତିକ୍ରମ କରିସାରିଛି । ଯେଉଁଥିରେ 217 ଜଣଙ୍କର ମୃତ୍ୟୁ ହୋଇଛି। କୋରୋନା କବଳରୁ ବର୍ତମାନସୁଦ୍ଧା19 ହଜାରରୁ ଅଧିକ ଆକ୍ରାନ୍ତ ଆରୋଗ୍ୟ ହୋଇଥିବାବେଳେ 10 ହଜାରରୁ ଉର୍ଦ୍ଧ୍ବ କୋରୋନା ବିରୁଦ୍ଧରେ ଯୁଦ୍ଧ କରୁଛନ୍ତି।

ABOUT THE AUTHOR

...view details