ଓଡିଶା

odisha

ETV Bharat / bharat

ଚମକି ଜ୍ବରରେ ମୃତ୍ୟୁସଂଖ୍ୟା ଛୁଇଁଲା 111

ବିହାରର ମୁଜାଫରପୁରରେ ମୁଣ୍ଡ ନେବାରେ ଲାଗିଛି ଚମକି ଜ୍ବର । ଲଗାତାର ମୃତ୍ୟୁସଂଖ୍ୟା ବୃଦ୍ଧି ପାଉଛି । ବର୍ତ୍ତମାନ ସୁଦ୍ଧା ମୃତକ ସଂଖ୍ୟା ବୃଦ୍ଧି ପାଇ 111ରେ ପହଞ୍ଚିଛି ।

ଫାଇଲ ଫଟୋ

By

Published : Jun 16, 2019, 9:36 PM IST

ପାଟନା: ବିହାରର ମୁଜାଫରପୁରରେ ଅଣାୟତ ହେବାରେ ଲାଗିଛି ଏନସେଫାଲାଇଟିସ୍ ସିଣ୍ଡ୍ରୋମ । ଏହି ମାରାତ୍ମକ ଚମକି ଜ୍ବରରେ ଗୋଟିଏ ପରେ ଗୋଟିଏ ମୁଣ୍ଡ ଗଡିବାରେ ଲାଗିଛି । ରବିବାର ଆଉ 8 ଶିଶୁଙ୍କ ମୃତ୍ୟୁ ଘଟି ବର୍ତ୍ତମାନ ମୃତ୍ୟୁସଂଖ୍ୟା 111ରେ ପହଞ୍ଚିଛି । ଅସହ୍ୟ ଗରମ ବୃଦ୍ଧି ପାଉଥିବା ଯୋଗୁଁ ଶିଶୁମାନେ ଗୁରୁତର ହେବାରେ ଲାଗିଛନ୍ତି ।

ମୁଜାଫରପୁରରେ ଥିବା ଏସକେଏମସିଏଚ ଓ କେଜ୍ରିବାଲ ହସପିଟାଲରେ ଆଇସିୟୁରେ ରୋଗୀ ଭର୍ତ୍ତି ହେବାରେ ଲାଗିଛନ୍ତି । ପରିସ୍ଥିତି ଏପରି ହୋଇଛି ରୋଗୀଙ୍କ ପାଇଁ ମେଡିକାଲରେ ଆଉ ଜାଗା ନାହିଁ । ମୁଜାଫରପୁରରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ସେପଟେ ସ୍ଥିତିକୁ ଆୟତ୍ତକୁ ଆଣିବାକୁ ଚେଷ୍ଟା ଜାରି ରଖିଛନ୍ତି ସରକାର ।

ABOUT THE AUTHOR

...view details