ପାଟନା:ରବିବାର ବଜ୍ରପାତ ଯୋଗୁଁ ବିହାରର ବିଭିନ୍ନ ଅଞ୍ଚଳରେ 16 ଜଣଙ୍କ ମୃତ୍ୟୁ ହୋଇଛି । ଏହାସହ ଅନେକ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଏହାସହ ମୁଖ୍ୟମନ୍ତ୍ରୀ ନିତିଶ କୁମାର ମୃତକଙ୍କ ପରିବାରକୁ 4 ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି ।
ବିହାରରେ ବଜ୍ରପାତ: 16 ମୃତ, ସରକାରଙ୍କ ସହାୟତା ରାଶି ଘୋଷଣା - ମୃତକଙ୍କ ପରିବାରକୁ ସହାୟତା ରାଶି ଘୋଷଣା କଲେ ରାଜ୍ୟ ସରକାର ।
ବିହାର ବଜ୍ରପାତରେ ଗଲା 16 ଜୀବନ । ମୃତକଙ୍କ ପରିବାରକୁ ସହାୟତା ରାଶି ଘୋଷଣା କଲେ ରାଜ୍ୟ ସରକାର । ଅଧିକ ପଢନ୍ତୁ...
ବିହାରରେ ବଜ୍ରପାତ,16 ମୃତ
ରାଜ୍ୟର ଗୟାରେ ବଜ୍ରପାତରେ 4 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ପୁର୍ଣ୍ଣିଆରେ 3, ଜାମୁଇ ଓ ବେଗୁସରାଇରେ 4 ଜଣଙ୍କର ଜୀବନ ଯାଇଛି । ସେହିପରି ପାଟନା, ପୂର୍ବଚମ୍ପରଣ,ସାହାର୍ଷା, ମାଧେପୁର ଓ ଦରଭଙ୍ଗା ଜିଲ୍ଲାରେ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି । ଏନେଇ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପକ୍ଷରୁ ସୂଚନା ମିଳିଛି । ତେବେ ମୃତକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ସମବେଦନା ଜଣାଇଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ
TAGGED:
Bihar lightning