ଓଡିଶା

odisha

ETV Bharat / bharat

ଲକଡାଉନ ସମସ୍ୟା: 22 ଦିନ ହେବ ସ୍କୁଲ ଘରେ ବର- କନ୍ୟା, ବରଯାତ୍ରୀ - ବରଯାତ୍ରୀ ଫସିଲେ

ପଶ୍ଚିମବଙ୍ଗର ବାନ୍ଦିଲ ଜାକସନରୁ ଫିରୋଜ ଅଖତର ବିହାରର ସରାନ ଜିଲ୍ଲାର ଇନାୟତପୁର ଗ୍ରାମକୁ ବରଯାତ୍ରୀ ଶୋଭାଯାତ୍ରାରେ ଆସିଥିଲେ । ଲକଡାଉନ କାରଣରୁ ଗତ 22 ଦିନ ଧରି ବିହାରର ଗାଁରେ ବର ସହ ବରଯାତ୍ରୀ ଅଟକି ରହିଛନ୍ତି । ଅଧିକ ପଢନ୍ତୁ...

ଫାଇଲ ଫଟୋ
ଫାଇଲ ଫଟୋ

By

Published : Apr 15, 2020, 2:03 AM IST

ପାଟନା: ଲକଡାଉନର ସାଇଡ ଇଫେକ୍ଟ ଏକ ବିବାହରେ ଦେଖାଯାଇଛି । ପଶ୍ଚିମବଙ୍ଗର ବାନ୍ଦିଲ ଜକସନରୁ ଫିରୋଜ ଅଖତର ବିହାରର ସରାନ ଜିଲ୍ଲାର ଇନାୟତପୁର ଗ୍ରାମକୁ ବରଯାତ୍ରୀ ଶୋଭାଯାତ୍ରାରେ ଆସିଥିଲେ । ବାହା ହୋଇ ତାଙ୍କ ନୂଆ ଜୀବନ ସାଥୀଙ୍କୁ ତାଙ୍କ ଘରକୁ ନେବାକୁ ଆସିଥିଲେ, କିନ୍ତୁ ଫିରୋଜ ବର୍ତ୍ତମାନ ନିଜ ପତ୍ନୀଙ୍କୁ ନେଇ ଘରକୁ ଫେରିବାରେ ସମ୍ପୂର୍ଣ୍ଣ ଅକ୍ଷମ ଓ ଉପାୟଶୂନ୍ୟ । ଏହାର କାରଣ ସାଜିଛି କୋରୋନା ଭାଇରସ କାରଣରୁ ଦେଶରେ ଜାରି ରହିଥିବା ଲକଡାଉନ ।

ଲକଡାଉନ କାରଣରୁ ଗତ 22 ଦିନ ଧରି ବିହାରର ଗାଁରେ ଏକ ବରଯାତ୍ରୀ ଓ ବର ଅଟକି ରହିଛନ୍ତି । କୋଲକାତାର ବାନ୍ଦିଲ ଜକ୍ସନ ନିବାସୀ ଫିରୋଜ ଅଖତର ସରନ ଜିଲ୍ଲାର ଦାଉଦପୁର ପୋଲିସ ଷ୍ଟେସନ ଅଞ୍ଚଳରେ ଇନାୟତପୁରର ବାସିନ୍ଦା ଖୁସବୋ ଖଟୁନଙ୍କୁ ବିବାହ କରିଥିଲେ। ନିର୍ଦ୍ଧାରିତ ସମୟ ଏବଂ ତାରିଖ ଅନୁଯାୟୀ 22 ମାର୍ଚ୍ଚରେ ଫିରୋଜ ବରଯାତ୍ରୀରେ ପହଞ୍ଚିଥିଲେ ଏବଂ ସେହି ଦିନ ରୀତିନୀତି ଅନୁଯାୟୀ ନିକାହ ହୋଇଥିଲା । କିନ୍ତୁ ପରଦିନ 23 ମାର୍ଚ୍ଚରେ ଖୁସବୋଙ୍କ ବିଦାୟ ହୋଇପାରିଲା ନାହିଁ । ମାର୍ଚ୍ଚ 23 ରେ, ବିହାରରେ ଲକଡାଉନ କାରଣରୁ ଗାଡି ଚଳାଚଳ ଠପ ହୋଇଯାଇଥିଲା । ଏଭଳି ପରିସ୍ଥିତିରେ ବରର ପରିବାର ବର-ବରଯାତ୍ରୀଙ୍କୁ ଏବଂ ଗାଁ ବାହାରେ ଥିବା ଏକ ବିଦ୍ୟାଳୟରେ ରଖିଥିଲେ।

ଗ୍ରାମବାସୀଙ୍କ କହିବାନୁସାରେ, 36ଜଣ ବରଯାତ୍ରୀ 22 ଦିନ ଧରି ଏହି ସ୍କୁଲରେ ଆଶ୍ରୟ ନେଇଛନ୍ତି । ଏହି ସମୟ ମଧ୍ୟରେ, ଗ୍ରାମବାସୀ ତଥା ସ୍ବେଚ୍ଛାସେବୀ ସଂଗଠନମାନେ ଏମାନଙ୍କ ସମସ୍ତ ଖାଇବା, ପିଇବା ବନ୍ଦୋବସ୍ତ କରିଛନ୍ତି ।

@IANSଇନପୁଟ

ABOUT THE AUTHOR

...view details