ପାଟନା: ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ବିହାର ସରକାର ନୂଆ ପଦକ୍ଷେପ ନେଇଛନ୍ତି । ବାହାର ରାଜ୍ୟରୁ ଫେରୁଥିବା ପ୍ରବାସୀ ଶ୍ରମିକଙ୍କୁ ଏହା ବିଷୟରେ ସଚେତନ କରିଛନ୍ତି । ଏହାସହ ସେମାନଙ୍କୁ କଣ୍ଡୋମ ଓ ଗର୍ଭନିରୋଧକ ବଟିକା ବାଣ୍ଟିଛନ୍ତି ।
କ୍ବାରେଣ୍ଟାଇନ ସେଣ୍ଟରରେ ପ୍ରବାସୀ ଶ୍ରମିକଙ୍କୁ କଣ୍ଡୋମ ବାଣ୍ଟିଲେ ବିହାର ସରକାର - ପ୍ରବାସୀ ଶ୍ରମିକଙ୍କୁ ଜନସଂଖ୍ୟା ନିୟନ୍ତ୍ରଣର ଶିକ୍ଷା
ବିହାର ସରକାରଙ୍କ ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ଅଭିନବ ପଦକ୍ଷେପ । ମେ 20ରୁ ରାଜ୍ୟର ସମସ୍ତ କ୍ବାରେଣ୍ଟାଇନ ସେଣ୍ଟରରେ ପ୍ରବାସୀ ଶ୍ରମିକଙ୍କୁ ଦିଆଯାଉଛି କଣ୍ଡୋମ ଏବଂ ଗର୍ଭନିରୋଧକ ବଟିକା । ଅଧିକ ପଢନ୍ତୁ...
ରାଜ୍ୟ ସରକାରଙ୍କ ଜନସଂଖ୍ୟା ନିୟନ୍ତ୍ରଣ କରିବାର ବିଭିନ୍ନ ପଦକ୍ଷେପ ମଧ୍ୟରେ ଏହା ଅନ୍ୟତମ । ମେ 20ରୁ ରାଜ୍ୟର ସମସ୍ତ କ୍ବାରେଣ୍ଟାଇନ ସେଣ୍ଟରରେ ଏହି ବ୍ୟବସ୍ଥା ଆରମ୍ଭ ହୋଇଛି । କେୟାର ଇଣ୍ଡିଆ ନାମର ଏକ ସ୍ବେଚ୍ଛାସେବୀ ସଙ୍ଗଠନ ସହ ମିଶି ବିହାର ସରକାର ଏହି ପଦକ୍ଷେପ ନେଇଛନ୍ତି । କ୍ବାରେଣ୍ଟାଇନ ଅବଧି ଶେଷ କରି ଘରକୁ ଫେରୁଥିବା ପ୍ରବାସୀ ଶ୍ରମିକଙ୍କୁ ସରକାରଙ୍କ ପକ୍ଷରୁ କଣ୍ଡୋମ ଓ ଗର୍ଭନିରୋଧକ ବଟିକା ପ୍ରଦାନ କରାଯାଉଛି ।
ଆଶା କର୍ମୀ ମହିଳାଙ୍କୁ ଏହି ସମସ୍ତ ସାମଗ୍ରୀ ପ୍ରଦାନ କରୁଛନ୍ତି । କେୟାର ଇଣ୍ଡିଆର ଫ୍ୟାମିଲି ପ୍ଲାନିଂ କୋର୍ଡିନେଟର୍ସ ଏବଂ ବ୍ଲକସ୍ତରୀୟ କର୍ମୀ ପୁରୁଷଙ୍କୁ ସାମଗ୍ରୀ ବାଣ୍ଟୁଛନ୍ତି । ଏହାସହ ସେମାନଙ୍କୁ ଜନସଂଖ୍ୟା ନିୟନ୍ତ୍ରଣ ଓ ଏହାର ଉପକାରିତା ଉପରେ ଶିକ୍ଷା ପ୍ରଦାନ ମଧ୍ୟ କରୁଛନ୍ତି । ଶ୍ରମିକମାନେ ଘରକୁ ଫେରୁଥିବାରୁ ପ୍ରତିଷେଧକ ଦୃଷ୍ଟିରୁ ଏପରି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର ।
TAGGED:
Bihar govt