ଓଡିଶା

odisha

ETV Bharat / bharat

ବିହାର ସରକାରଙ୍କ ମନ୍ତ୍ରୀ ଓ ତାଙ୍କ ପତ୍ନୀ କୋରୋନା ପଜିଟିଭ୍‌ - corona positive

ବିହାରରେ ଏହା ପୂର୍ବରୁ 2 ଜଣ ପୂର୍ବତନ ସାଂସଦ ଏବଂ ବିଜେପି ବିଧାୟକ କୋରୋନା ପଜିଟିଭ ଥିବା ଜଣାପଡିଛି । ଅଧିକ ପଢନ୍ତୁ...

ବିହାର ସରକାରଙ୍କ ମନ୍ତ୍ରୀ ଓ ତାଙ୍କ ପତ୍ନୀ କୋରୋନା ପଜିଟଭ
ବିହାର ସରକାରଙ୍କ ମନ୍ତ୍ରୀ ଓ ତାଙ୍କ ପତ୍ନୀ କୋରୋନା ପଜିଟଭ

By

Published : Jun 28, 2020, 4:07 PM IST

ପାଟନା: ବିହାରର କଟିହାରରେ ଜଣେ କ୍ୟାବିନେଟ ମନ୍ତ୍ରୀ ଏବଂ ତାଙ୍କ ପତ୍ନୀଙ୍କ ଠାରେ କୋରୋନା ପଜିଟିଭ ଥିବା ଦେଖିବାକୁ ମିଳିଛି । ବାସ୍ତବରେ, ଉଭୟଙ୍କ ଠାରେ କୋଭିଡ-19 ଲକ୍ଷଣ ଦେଖାଯିବା ପରେ ତାଙ୍କ ସ୍ବାବ ପରୀକ୍ଷା ପାଇଁ ପଠାଯାଇଥିଲା, ତେବେ ଉଭୟଙ୍କ ରିପୋର୍ଟ ପଜିଟିଭ ଥିବା ଜଣାପଡିଛି। ପଜିଟିଭ ମିଳିଥିବା ମନ୍ତ୍ରୀ ବିଜେପିର ବୋଲି ଜଣାପଡିଛି । ତେବେ ମନ୍ତ୍ରୀଙ୍କ ସମ୍ପର୍କରେ ଆସିଥିବା ସମସ୍ତ ଲୋକଙ୍କୁ ଚିହ୍ନଟ କରାଯିବା କାର୍ଯ୍ୟ ଆରମ୍ଭ ହୋଇଯାଇଛି ।

ଉଭୟ ସ୍ୱାମୀ-ସ୍ତ୍ରୀଙ୍କୁ ବର୍ତ୍ତମାନ ଚିକିତ୍ସା ପାଇଁ କଟିହାର ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି। ଏହା ପୂର୍ବରୁ 2 ଜଣ ପୂର୍ବତନ ସାଂସଦ ଏବଂ ବିଜେପି ବିଧାୟକଙ୍କ ନିକଟରେ କୋରୋନା ପଜିଟିଭ ଚିହ୍ନଟ ହୋଇଥିଲା । କୋରୋନାରେ ଅସୁସ୍ଥ ଥିବା ବିଜେପି ବିଧାୟକ ଜିବେଶ ମିଶ୍ରଙ୍କ ବ୍ୟତୀତ ରାଜଦର କଦ୍ଦାବର ନେତା ରଘୁବଂଶ ପ୍ରସାଦ ସିଂ ଏବଂ ପୂର୍ବତନ ସାଂସଦ ପୁତୁଲ କୁମାରୀ ମଧ୍ୟ ଏଥିରେ ସାମିଲ ଅଛନ୍ତି।

ଏହାପୂର୍ବରୁ ଶନିବାର ବିହାରରେ 301ଟି କୋରୋନା ସଂକ୍ରମଣ ମାମଲା ରୁଜୁ ହୋଇଛି । ଏହା ସହିତ 2 ଜଣ ସଂକ୍ରମିତଙ୍କ ମୃତ୍ୟୁ ମଧ୍ୟ ହୋଇଛି । କୋରୋନା ମହାମାରୀ କାରଣରୁ ବିହାରରେ ଏପର୍ଯ୍ୟନ୍ତ ମୋଟ 58 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ରାଜ୍ୟରେ ସଂକ୍ରମିତ ଲୋକଙ୍କ ସଂଖ୍ୟା 8,979 କୁ ବୃଦ୍ଧି ପାଇଛି। ବିହାରର ସମସ୍ତ ଜିଲ୍ଲା ଏହି ମହାମାରୀ ଦ୍ୱାରା ପ୍ରଭାବିତ ହୋଇଛନ୍ତି।

ABOUT THE AUTHOR

...view details