ଓଡିଶା

odisha

ETV Bharat / bharat

ବିହାରରେ ସଂକ୍ରମିତଙ୍କୁ ମିଳିବ ହୋମ ଆଇସୋଲେସନ ସୁବିଧା - home isolation

ରାଜ୍ୟରେ କୋରୋନା ସଂକ୍ରମଣ ବୃଦ୍ଧିକୁ ନଜରରେ ରଖି ନୀତିଶ ସରକାରଙ୍କ ନୂଆ ନିଷ୍ପତ୍ତି ସଂକ୍ରମିତଙ୍କୁ ମିଳିବ ହୋମ ଆଇସୋଲେସନ । ଅଧିକ ପଢନ୍ତୁ...

ବିହାରରେ ସଂକ୍ରମିତଙ୍କୁ ମିଳିବ ହୋମ ଆଇସୋଲେସନ
ବିହାରରେ ସଂକ୍ରମିତଙ୍କୁ ମିଳିବ ହୋମ ଆଇସୋଲେସନ

By

Published : Jul 8, 2020, 1:47 PM IST

ପାଟନା: ବିହାରରେ ବୃଦ୍ଧି ପାଉଥିବା କୋରୋନା ପରିସ୍ଥିତିକୁ ଦୃଷ୍ଟିରେ ରଖି ନୀତିଶ ସରକାର ନିଷ୍ପତ୍ତି ନେଇଛନ୍ତି ଯେ, ବର୍ତ୍ତମାନ ସଂକ୍ରମିତ ମାନେ ହୋମ ଆଇସୋଲେସନର ସମସ୍ତ ସୁବିଧା ପାଇପାରିବେ। ଏନେଇ ସ୍ୱାସ୍ଥ୍ୟ ବିଭାଗର ମୁଖ୍ୟ ସଚିବ ଉଦୟ କୁମାବତ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖି ନୂତନ ନିର୍ଦ୍ଦେଶାବଳୀ ବିଷୟରେ ସୂଚନା ଦେଇଛନ୍ତି।

ସରକାରୀ ଗାଇଡଲାଇନ ଅନୁଯାୟୀ, ସଂକ୍ରମିତ ବ୍ୟକ୍ତିଙ୍କୁ ହୋମ ଆଇସୋଲେସନ ସୁବିଧା ଯୋଗାଇ ଦିଆଯିବ । ଯେତେବେଳେ ସେମାନେ ନିଜେ ଆଇସୋଲେସନରେ ରହିବେ ବା କ୍ବାରେଣ୍ଟାଇନରେ ରହିବେ ସେମାନେ ପରିବାର ଠାରୁ ଦୂରେଇ ରହିବେ ଯାହାଦ୍ବାରା ପରିବାର ଲୋକଙ୍କୁ ସଂକ୍ରମଣ ହେବାର ସମ୍ଭାବନା କମିବ ।

ଘରେ ଅଲଗା ରହିବା ସମୟରେ ସଂକ୍ରମିତଙ୍କୁ ତାଙ୍କ ସ୍ୱାସ୍ଥ୍ୟ ଉପରେ ନିୟମିତ ନଜର ରଖିବାକୁ ପଡିବ ଏବଂ କୌଣସି ଲକ୍ଷଣ ଦେଖାଗଲେ ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ର ସହିତ ଯୋଗାଯୋଗ କରିବାକୁ କୁହାଯାଇଛି । ଯାହା ଦ୍ବାରା ସେମାନଙ୍କ ପାଇଁ ଉପଯୁକ୍ତ ଚିକିତ୍ସା ବ୍ୟବସ୍ଥା କରାଯାଇପାରିବ।

ସଂକ୍ରମିତଙ୍କ ହୋମ ଆଇସୋଲେସନ ନମୁନା ସଂଗ୍ରହ ପରେ 14 ଦିନ ପରେ ଶେଷ ହେବ । ଯଦି ସେମାନଙ୍କ ଠାରେ ସଂକ୍ରମଣର କୌଣସି ଚିହ୍ନ ନାଥାଏ ତ । ସଂକ୍ରମିତ ବ୍ୟକ୍ତିଙ୍କୁ ହୋମ ଆଇସୋଲେସନ ସୁବିଧା ପାଇବାକୁ ହେଲେ ରାଜ୍ୟ ସରକାରଙ୍କୁ ଏକ ଅଣ୍ଡରଟେକିଙ୍ଗ ଦେବାକୁ ପଡିବ ।

ABOUT THE AUTHOR

...view details