ଓଡିଶା

odisha

ETV Bharat / bharat

ବିହାରରେ ଲଜ୍ଜା: ନାବାଳିକାକୁ ଗଣଦୁଷ୍କର୍ମ ପରେ ଅଶ୍ଲିଳ ଭିଡିଓ ଭାଇରାଲ କଲେ ଅଭିଯୁକ୍ତ - 4 ଗିରଫ

ପୁଣି ଲଜ୍ଜା । ବିହାରର ଭୋଜପୁର ଜିଲ୍ଲା ମୁଖ୍ୟାଳୟ ଆରାର ଜଗଦୀଶପୁର ପୋଲିସ ଷ୍ଟେସନ ଅଧୀନରେ ଥିବା କୌରା ଗ୍ରାମରେ ନବମ ଶ୍ରେଣୀର ଦଳିତ ଝିଅ ସହିତ ଗଣଦୁଷ୍କର୍ମ ହୋଇଛି । ଏହା ସହ ଅଭିଯୁକ୍ତମାନେ ଏହି ଘଟଣାର ଏକ ଭିଡିଓ କରି ଏହାକୁ ଭାଇରାଲ କରିଥିଲେ । ଅଧିକ ପଢନ୍ତୁ...

ବିହାରରେ ଦଳିତ ନାବାଳିକାକୁ ଗଣଦୁଷ୍କର୍ମ ପରେ ଭିଡିଓ ଭାଇରାଲ, 4 ଗିରଫ
ବିହାରରେ ଦଳିତ ନାବାଳିକାକୁ ଗଣଦୁଷ୍କର୍ମ ପରେ ଭିଡିଓ ଭାଇରାଲ, 4 ଗିରଫ

By

Published : Sep 6, 2020, 12:58 PM IST

ପାଟଣା: ନାରୀଙ୍କ ଉପରେ ହେଉଥିବା ଅତ୍ୟାଚାର କମିବା ବଦଳରେ ଦିନକୁ ଦିନ ବଢ଼ିଚାଲିଛି। ପୁଣିଥରେ ବିହାରରେ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଭୋଜପୁର ଜିଲ୍ଲା ମୁଖ୍ୟାଳୟ ଆରାର ଜଗଦୀଶପୁର ପୋଲିସ ଷ୍ଟେସନ ଅଧୀନରେ ଥିବା କୌରା ଗ୍ରାମରେ ନବମ ଶ୍ରେଣୀର ଦଳିତ ଝିଅ ସହିତ ଗଣଦୁଷ୍କର୍ମ ହୋଇଛି । କେବଳ ଏତିକି ନୁହେଁ, ଅଭିଯୁକ୍ତମାନେ ଏହି ଘଟଣାର ଏକ ଭିଡିଓ ପ୍ରସ୍ତୁତ କରି ଏହାକୁ ଭାଇରାଲ କରିଥିଲେ। ବର୍ତ୍ତମାନ ପୀଡିତାଙ୍କ ବୟାନ ଆଧାରରେ ପୋଲିସ ଏସସି-ଏସଟି ପୋଲିସ ଷ୍ଟେସନରେ ଏକ ମାମଲା ରୁଜ୍ଜୁ କରିଛି। ନାବାଳିକାଙ୍କୁ ଡାକ୍ତରୀ ପରୀକ୍ଷା ପାଇଁ ଆରା ସଦର ଡାକ୍ତରଖାନାକୁ ପଠାଯାଇଛି।

ସୂଚନା ଅନୁଯାୟୀ, ନାବାଳିକା ଜଣକ ମାଉସୀ ଘରକୁ ବହି ନେବାକୁ ଆସି ଗଣଦୁଷ୍କର୍ମର ଶିକାର ହୋଇଥିଲେ । ସେତିକିରେ ଦୁଷ୍କର୍ମକାରୀଙ୍କ ମନ ଶାନ୍ତ ହୋଇନଥିଲା । ଅଶ୍ଲିଳ ଭିଡିଓ କରିଥିଲେ । ଏ ବିଷୟରେ କାହାକୁ କିଛି ନକହିବାକୁ ଧମକ ମଧ୍ୟ ଦେଇଥିବା ଅଭିଯୋଗ ହୋଇଛି । ପରେ ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ପୁରା ଘଟଣା ସାମ୍ନାକୁ ଆସିଥିଲା । ଏନେଇ ପରିବାର ଲୋକେ ଏସସି-ଏସଟି ପୋଲିସ ଷ୍ଟେସନରେ ଚାରି ଜଣଙ୍କ ବିରୋଧରେ ଦୁଷ୍କର୍ମ ଓ ଭାଇରାଲ ଭିଡିଓ କରିବା ନେଇ ଅଭିଯୋଗ କରିଛନ୍ତି । ଏହି ଘଟଣାରେ ସମ୍ପୃକ୍ତ 4 ଜଣଙ୍କୁ ପୋଲିସ ଗିରଫ କରିବା ସହ ତଦନ୍ତ ଜାରି ରଖିଛି । ତେବେ ଏହି ଘଟଣା ଅଗଷ୍ଟ 19 ରେ ଜଗଦୀଶପୁର ପୋଲିସ ଷ୍ଟେସନ ଅଞ୍ଚଳରେ ହୋଇଥିଲା ।

ABOUT THE AUTHOR

...view details