ପାଟନା:ଦିନକୁ ଦିନ ବିଗିଡିବାରେ ଲାଗିଛି ବିହାରର ବନ୍ୟା ପରିସ୍ଥିତି । 24 ଘଣ୍ଟାରେ 16 ଜିଲ୍ଲାର 20 ହଜାରରୁ ଅଧିକ ଲୋକେ ପ୍ରଭାବିତ ହୋଇଛନ୍ତି । ଏନେଇ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପକ୍ଷରୁ ସୂଚନା ମିଳିଛି । ରାଜ୍ୟରେ ମୋଟ 74.40 ଲକ୍ଷ ଲୋକେ ପ୍ରଭାବିତ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା 24କୁ ବୃଦ୍ଧି ପାଇଛି । 7ଟି ରିଲିଫ ସେଣ୍ଟରରେ 11,800 ବନ୍ୟା ପ୍ରପୀଡିତ ଆଶ୍ରୟ ନେଇଛନ୍ତି । ବନ୍ୟାରେ ଦରଭଙ୍ଗା ଜିଲ୍ଲାରେ 10 ଜଣଙ୍କର ଜୀବନ ଯାଇ ଥିବା ବେଳେ ମୁଜାଫରପୁରରେ 6 ଜଣ ,ପଶ୍ଚିମ ଚମ୍ପରଣରେ 4 ,ସରଣ ଓ ସିଓ୍ବାନରେ ଦୁଇ ଜଣ ଲେଖାଏଁ ମୃତ୍ୟୁ ବରଣ କରିଥିବା ନେଇ ବୁଲେଟିନ ଜାରି କରାଯାଇଛି ।
ଭାସୁଛି ବିହାର, ମୃତ୍ୟୁ ସଂଖ୍ୟା 24କୁ ବୃଦ୍ଧି - ଭାସୁଛି ବିହାର
ସଙ୍ଗୀନ ବିହାରର ବନ୍ୟା ସ୍ଥିତି । 24 ଘଣ୍ଟାରେ 16 ଜିଲ୍ଲାର 20 ହଜାରରୁ ଅଧିକ ଲୋକେ ପ୍ରଭାବିତ । ମୃତ୍ୟୁ ସଂଖ୍ୟା 24କୁ ବୃଦ୍ଧି । ଅଧିକ ପଢନ୍ତୁ...
ଭାସୁଛି ବିହାର :ମୃତ୍ୟୁ ସଂଖ୍ୟା 24କୁ ବୃଦ୍ଧି
ସୀତାହାରୀ, ଶୋହର, ସୁପାଲ, କିଶାନଗଞ୍ଜ, ଦାରଭଙ୍ଗା, ମୁଜାଫରପୁର, ଗୋପାଳଗଞ୍ଜ, ପଶ୍ଚିମ ଚମ୍ପାରନ, ପୂର୍ବ ଚମ୍ପରନ, ଖାଗରିଆ, ସରଣ, ସାମସ୍ତିପୁର, ସିଓ୍ବାନ, ମଧୁବାଣୀ, ମାଧପୁରା ଓ ସାହାର୍ଷା ଜିଲ୍ଲା ଅଧିକ କ୍ଷତିଗ୍ରସ୍ତ ହୋଇଛି । 20ଟି ଏନଡିଆରଏଫ ଟିମ ଓ ରାଜ୍ୟ ବିପର୍ଯ୍ୟୟ ମୁକାବିଲା ଦଳ 5.08 ଲକ୍ଷ ଲୋକଙ୍କୁ ଉଦ୍ଧାର କରିଛି । ବାଗମାଟି, ବୁରହି ଗାନ୍ଧକ, କମଲାବାଲାନ୍, ଅଧଓ୍ବାର, ଖିରୋଇ ଓ ଘାଗ୍ରା ଭଳି ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ଗଙ୍ଗା ନଦୀ ମଧ୍ୟ ଭାଗଲପୁରର କାହଲଗାଓଁରେ ବିପଦ ସଙ୍କେତଠାରୁ 15 ସେମି ଉଚ୍ଚରେ ପ୍ରବାହିତ ହେଉଛି।