ପାଟନା: ଦୀର୍ଘ ଦିନରୁ ଚାଲି ଆସୁଥିବା ବିବାଦ ପରେ ଶେଷରେ ମହାମେଣ୍ଟରୁ ଓହରିବେ ଆରଏଲଏସପି ସୁପ୍ରିମୋ ଉପେନ୍ଦ୍ର କୁଶୱାହ । ଏହାସହ ଏନଡିଏରେ ସାମିଲ ହେବାର ଚର୍ଚ୍ଚା ଆଗରେ ପୂର୍ଣ୍ଣଛେଦ ପକାଇ ତୃତୀୟ ମୋର୍ଚ୍ଚା ଗଠନର ଘୋଷଣା କରିଛନ୍ତି ଉପେନ୍ଦ୍ର । ଏବେ ସେ ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମାୟାବତୀଙ୍କ ବିଏସପି ସହ ମିଶି ନିର୍ବାଚନ ମୈଦାନକୁ ଓହ୍ଲାଇବେ ।
ମହାମେଣ୍ଟ ଛାଡି ମାୟାବତୀଙ୍କ ସହ ହାତ ମିଶାଇବେ ଉପେନ୍ଦ୍ର କୁଶୱାହ - ଉପେନ୍ଦ୍ର କୁଶୱାହ
ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମାୟାବତୀଙ୍କ ବିଏସପି ସହ ମିଶି ନିର୍ବାଚନ ମୈଦାନକୁ ଓହ୍ଲାଇବେ ଆରଏଲଏସପି ସୁପ୍ରିମୋ ଉପେନ୍ଦ୍ର କୁଶୱାହ । ମହାମେଣ୍ଟରୁ ହାତ ଛାଡିବା ନେଇ କଲେ ଘୋଷଣା । ଅଧିକ ପଢନ୍ତୁ...
ମହାମେଣ୍ଟରେ ଆସନ ବଣ୍ଟନର ସ୍ଥିତି ସ୍ପଷ୍ଟ ହୋଇପାରୁନଥିବାରୁ ଆରଏଲଏସପି ସୁପ୍ରିମୋ ଉପେନ୍ଦ୍ର କୁଶୱା ଦୀର୍ଘ ଦିନ ଧରି ନାରାଜ ରହିଥିଲେ। ଅନେକ ଥର ସେ ବିରୋଧୀ ଦଳର ନେତା ତେଜସ୍ବୀ ଯାଦବଙ୍କୁ ଭେଟି ଏହି ପ୍ରସଙ୍ଗରେ ପରାମର୍ଶ ଦେବାକୁ ଚେଷ୍ଟା କରିଥିଲେ କିନ୍ତୁ ତେଜସ୍ବୀଙ୍କ ଜିଦ୍ କାରଣରୁ ସିଟ ବଣ୍ଟନ ନେଇ କୌଣସି ଆଲୋଚନା ହୋଇପାରିଲା ନାହିଁ । ଏହାପୂର୍ବରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଜିତନ ରାମ ମାଜି ମଧ୍ୟ ମହାମେଣ୍ଟରୁ ଦୂରେଇଯାଇ ଏନଡିଏରେ ଯୋଗ ଦେଇଥିଲେ।
ପୂର୍ବରୁ କେନ୍ଦ୍ର ମନ୍ତ୍ରୀ ରହିସାରିଥିବା ଆରଏଲଏସପି ସୁପ୍ରିମୋଙ୍କୁ ନୀତୀଶ କୁମାରଙ୍କ ଜେଡିୟୁରୁ 2007ରେ ବରଖାସ୍ତ କରାଯାଇଥିଲା । ଏହା ପରେ ସେ ଫେବୃଆରୀ 2009ରେ ନିଜ ରାଷ୍ଟ୍ରୀୟ ସମତା ପାର୍ଟି ଗଠନ କରିଥିଲେ। ହେଲେ ନଭେମ୍ବର 2009ରେ ଏହାକୁ ଜେଡିୟୁରେ ମିଶାଇଥିଲେ କୁଶୱାହ। ତେବେ 4 ଜାନୁୟାରୀ 2013 ରେ ସେ ଦଳରୁ ପୂନର୍ବାର ଇସ୍ତଫା ଦେଇଥିଲେ ।