ଓଡିଶା

odisha

ETV Bharat / bharat

ବିହାର ନିର୍ବାଚନ: ଦ୍ବିତୀୟ ଥର ପାଇଁ ନିରାଶ ହେଲେ ପୂର୍ବତନ ଡିଜିପି ଗୁପ୍ତେଶ୍ବର - ପୂର୍ବତନ ଡିଜିପି ଗୁପ୍ତେଶ୍ବର ପାଣ୍ଡେ

ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ଭିଆରଏସ ନେଇ ଚାକିରିରୁ ଇସ୍ତଫା ଦେଇଥିବା ପୂର୍ବତନ ଡିଜିପି ଗୁପ୍ତେଶ୍ବର ପାଣ୍ଡେଙ୍କ ଆଶା ଆଶାରେ ରହିଯାଇଛି । ଜେଡିୟୁରୁ ତାଙ୍କୁ ବିଧାନସଭାରେ ଲଢିବା ପାଇଁ ଟିକେଟ ମିଳିନାହିଁ । ଅଧିକ ପଢନ୍ତୁ...

ବିହାର ନିର୍ବାଚନ: ଦ୍ବିତୀୟ ଥର ପାଇଁ ନିରାଶ ହେଲେ ଗୁପ୍ତେଶ୍ବର
ବିହାର ନିର୍ବାଚନ: ଦ୍ବିତୀୟ ଥର ପାଇଁ ନିରାଶ ହେଲେ ଗୁପ୍ତେଶ୍ବର

By

Published : Oct 13, 2020, 10:21 AM IST

ପାଟନା: ଆଶାରେ ରହିଗଲା ଆଶା ! ଭାଙ୍ଗିଗଲା ପୂର୍ବତନ ଡିଜିପିଙ୍କ ସ୍ବପ୍ନ ! ଦ୍ବିତୀୟ ଥର ପାଇଁ ନିରାଶ ହେଲେ ଆଇପିଏସ ଗୁପ୍ତେଶ୍ବର ପାଣ୍ଡେ । ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ଭିଆରଏସ ନେଇ ଚାକିରିରୁ ଇସ୍ତଫା ଦେଇଥିଲେ ପୂର୍ବତନ ଡିଜିପି ଗୁପ୍ତେଶ୍ବର ପାଣ୍ଡେ । ଏହାପରେ ସେ ଜେଡିୟୁ(ଜନତା ଦଳ ୟୁନାଇଟେଡ)ରେ ସାମିଲ ହୋଇଥିଲେ ।

ତେବେ ସେ ଜେଡିୟୁରୁ ପ୍ରାର୍ଥୀ ହୋଇପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଥିଲା । ହେଲେ ଏହି ଚର୍ଚ୍ଚା ଚର୍ଚ୍ଚାରେ ରହିଯାଇଛି । ଜେଡିୟୁ ତାର ସମସ୍ତ 115 ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଥିବାବେଳେ ସେଥିରେ ଗୁପ୍ତେଶ୍ବରଙ୍କ ନାମ ନାହିଁ । ଯାହା ତାଙ୍କ ସ୍ବପ୍ନକୁ ଧୂଳିସାତ କରିଥିବା କୁହାଯାଉଛି ।

ତାଙ୍କୁ ନିର୍ବାଚନରେ ତାରକା ପ୍ରଚାରକ ଭାବେ ଦଳ ବ୍ୟବହାର କରିବ ବୋଲି ସୂଚନା ମିଳିଛି । ବକ୍ସର, ଭୋଜପୁର, ତିରହୁଟ, ବେଗୁସରାଇ, ଜାହାନାବାଦ, ଅରୱାଲ ସମେତ କିଛି ଅଞ୍ଚଳରେ ସେ ଅନେକ ସମୟ ଧରି ପୋଲିସ ଅଫିସର ଭାବେ କାମ କରିଥିବାରୁ ଦଳ ଏହି ସବୁ ଅଞ୍ଚଳରେ ତାଙ୍କର ଫାଇଦା ନେବ । ତାଙ୍କୁ ଷ୍ଟାର ପ୍ରଚାରକ ସଜାଇ ଦଳ ଭୋଟ ହାତେଇବାକୁ ଚେଷ୍ଟା କରିବ । ପରେ ଦଳ କ୍ଷମତାକୁ ଆସିଲେ ତାଙ୍କୁ ବିଧାନ ପରିଷଦରୁ ନିର୍ବାଚିତ କରି ଆଣିବ ବୋଲି କୁହାଯାଉଛି ।

ସେପଟେ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ଏମ୍ସର ରିପୋର୍ଟ(ସୁଶାନ୍ତ ଆତ୍ମହତ୍ୟା କରିଛନ୍ତି) ଆସିବା ପରେ ଜେଡିୟୁ ତାଙ୍କୁ ଟିକେଟ ଦେବାକୁ ମନ ବଳାଇନଥିବା କୁହାଯାଉଛି । ଅନ୍ୟପଟେ ବକ୍ସର ଆସନକୁ ବିଜେପି ଛାଡିବାକୁ ପ୍ରସ୍ତୁତ ନଥିବାରୁ ମଧ୍ୟ ପୂର୍ବତନ ଡିଜିପିଙ୍କୁ ଟିକେଟ ମିଳିନଥିବା କୁହାଯାଉଛି । କିଛିଦିନ ପୂର୍ବରୁ 25ଟି ଆସନରେ ସେ ଲଢିପାରିବେ ବୋଲି କହି ଚର୍ଚ୍ଚାରେ ଥିଲେ ପାଣ୍ଡେ । ହେଲେ ତାଙ୍କୁ କୌଣସିଟି ଆସନରେ ଟିକେଟ୍‌ ନଦେଇ ଜେଡିୟୁ ଏହି ଚର୍ଚ୍ଚାରେ ବିରାମ ଲଗାଇଛି ।

ସୂଚନାଥାଉକି, 2009 ମସିହାରେ ମଧ୍ୟ ଗୁପ୍ତେଶ୍ବର ଚାକିରିରୁ ଅବସର ନେଇ ବିଜେପିରେ ସାମିଲ ହୋଇଥିଲେ । ତେବେ ତାଙ୍କୁ ଲୋକସଭା ସିଟ୍‌ରେ ବିଜେପି ଟିକେଟ ନଦେବାରୁ ସେ ନିରାଶ ହୋଇ ପୁଣି ଚାକିରିରେ ଯୋଗଦେଇଥିଲେ ।

ABOUT THE AUTHOR

...view details