ପାଟନା: ଆଜି(ବୁଧବାର) ବିହାରରେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ହେଉଛି । 16 ଜିଲ୍ଲାର 71ଟି ଆସନ ପାଇଁ ନିଜ ମତ ସାବ୍ୟସ୍ତ କରିବେ 2,14,6096 ଜଣ ଭୋଟର । ସେପଟେ ଏହାରି ଭିତରେ ଆଜି ଦ୍ବିତୀୟ ଥର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କଂଗ୍ରେସ ନେତା ରାହୁଲ ଗାନ୍ଧୀ ବିହାରରେ ପ୍ରଚାର କରିବେ ।
ପ୍ରଧାନମନ୍ତ୍ରୀ 3ଟି ଜନସଭାରେ ନିର୍ବାଚନୀ ପ୍ରଚାର କରିବାକୁ ଥିବାବେଳେ ରାହୁଲ 2ଟି ସଭାରେ ପ୍ରଚାର କରିବେ । ତେବେ ଆଜି ପ୍ରଚାର କରିବାର କାର୍ଯ୍ୟକ୍ରମ ନେଇ ଖୋଦ ମୋଦି ନିଜେ ଟ୍ବିଟ କରି ସୂଚନା ଦେଇଛନ୍ତି । ସେ ଦରଭଙ୍ଗା, ମୁଜାଫରପୁର ଓ ପାଟନାରେ ରାଲି କରିବେ ବୋଲି ଜଣାଇଛନ୍ତି । ଏହାସହ ଆପଣ ସମସ୍ତେ ଏହି ରାଲି ସହିତ ନିଶ୍ଚୟ ଯୋଡି ହୁଅନ୍ତୁ ବୋଲି ପ୍ରଧାନମନ୍ତ୍ରୀ ଟ୍ବିଟ୍ କରି କହିଛନ୍ତି ।