ଓଡିଶା

odisha

ETV Bharat / bharat

ବିହାର ନିର୍ବାଚନ: ସାଲାଇନ ସହ ଭୋଟ ଦେଲେ ବୃଦ୍ଧ, ନଦୀ ଅତିକ୍ରମ କଲେ 1275 ଭୋଟର - ବିହାର ବିଧାନସଭା ନିର୍ବାଚନ

ବିହାର ବିଧାନସଭା ତୃତୀୟ ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେଉଛି। ପ୍ରତିକୂଳ ପରିସ୍ଥିତି ସତ୍ତ୍ବେ ଭୋଟରଙ୍କ ଉତ୍ସାହ ପ୍ରେରଣାଦାୟକ ଥିଲା । କିଏ ଠେଲାରେ ତ କିଏ ସାଲାଇନ ନେଇ ମତଦାନ କେନ୍ଦ୍ରରେ ପହଞ୍ଚିଲେ । ଅଧିକ ପଢନ୍ତୁ...

bihar election 2020
ବିହାର ବିଧାନସଭା ନିର୍ବାଚନ : ପ୍ରତିକୂଳ ପରିସ୍ଥିତି ସତ୍ତ୍ବେ ଭୋଟରଙ୍କ ଉତ୍ସାହ

By

Published : Nov 7, 2020, 7:29 PM IST

ପାଟନା: ବିହାରରେ ନିର୍ବାଚନର ଶେଷ ଦିନ । ଭୋଟରଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖାଦେଇଛି । ବିହାରର କଟିହାରରେ ଏହାର ଝଲକ ଦେଖିବାକୁ ମିଳିଛି ​​| ଯେଉଁଠାରେ ଭୋଟରମାନେ ପ୍ରତିକୂଳ ପରିସ୍ଥିତି ସତ୍ତ୍ବେ ନିଜର ମତଦାନ ପାଇଁ ବୁଥରେ ପହଞ୍ଚିଛନ୍ତି । ଶେଷ ପର୍ଯ୍ୟାୟ ଭୋଟ୍ ପାଇଁ ସମସ୍ତ ବୁଥରେ କୋରୋନା 19ର ନିର୍ଦ୍ଦେଶାବଳୀ ଅନୁସରଣ କରାଯାଉଛି ।

1. ମତଦାନ ପାଇଁ ଠେଲାଗାଡିରେ ଆସି ପହଞ୍ଚିଲେ

ଆଜମନଗର ବ୍ଲକର ଆଲାମପୁର ବୁଥରେ 90 ବର୍ଷ ବର୍ଷୀୟ ସୁଖଦେବ ମଣ୍ଡଳ ଠେଲାଗାଡିରେ ଆସି ଭୋଟ୍ ଦେଇଥିଲେ। ସୁଖଦେବ ମଣ୍ଡଳ ଚାଲିବାକୁ ଅସମର୍ଥ, ତଥାପି ସେ ମତଦାନ ସାବ୍ୟସ୍ତ କରିବାକୁ ପହଞ୍ଚିଥିଲେ।

ବିହାର ବିଧାନସଭା ନିର୍ବାଚନ : ପ୍ରତିକୂଳ ପରିସ୍ଥିତି ସତ୍ତ୍ବେ ଭୋଟରଙ୍କ ଉତ୍ସାହ

2. 100 ବର୍ଷୀୟ ବୃଦ୍ଧ ସାଲାଇନ ସହ ଗଲେ ମତଦାନ କେନ୍ଦ୍ର

କଟିହାର ବିଧାନସଭାରେ ସେହିଭଳି 100 ବର୍ଷୀୟ ବୃଦ୍ଧ ମତଦାନ କରିଛନ୍ତି । ଅସୁସ୍ଥ ବୃଦ୍ଧ ସୁଖଦେବ ମଣ୍ଡଳ ବାଲୁଆ ବୁଥ ନମ୍ବର 29 ରେ ବିଦ୍ୟାଳୟରେ ଭୋଟ୍ ଦେବାକୁ ଆସିଥିଲେ। ବୃଦ୍ଧଙ୍କ ଆତ୍ମବିଶ୍ବାସକୁ ଦେଖି ତାଙ୍କ ପରିବାର ଖଟିଆରେ ସାଲାଇନ ସହ ମତଦାନ କେନ୍ଦ୍ରକୁ ଆଣିଥିଲେ।

ବିହାର ବିଧାନସଭା ନିର୍ବାଚନ : ପ୍ରତିକୂଳ ପରିସ୍ଥିତି ସତ୍ତ୍ବେ ଭୋଟରଙ୍କ ଉତ୍ସାହ

3. ନଦୀ ଅତିକ୍ରମ କରି ଦେଲେ ଭୋଟ

କୋଡା ବିଧାନସଭାର ଦାନିପୁର ଚୁରଲି ଘାଟ । ଗଣତନ୍ତ୍ରକୁ ସମ୍ମାନ ଦେବା ପାଇଁ ଏଠାରେ 1,275 ଭୋଟର ଦୁଇଟି ନଦୀ ଅତିକ୍ରମ କରି ମତଦାନ କେନ୍ଦ୍ରରେ ପହଞ୍ଚିଥିଲେ। ଏହି ନଦୀରେ ସେତୁ ନିର୍ମାଣ ହୋଇନଥିବାରୁ ଅଞ୍ଚଳବାସୀଙ୍କୁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡୁଛି ।

ବିହାର ବିଧାନସଭା ନିର୍ବାଚନ : ପ୍ରତିକୂଳ ପରିସ୍ଥିତି ସତ୍ତ୍ବେ ଭୋଟରଙ୍କ ଉତ୍ସାହ

ପ୍ରତିକୂଳ ପରିସ୍ଥିତି ସତ୍ତ୍ବେ ଭୋଟରଙ୍କ ଅଂଶଗ୍ରହଣ ଭାରତର ଗଣତନ୍ତ୍ରକୁ ଦୃଢ କରିବ । ତୃତୀୟ ପର୍ଯ୍ୟାୟରେ କଟିହାର, କାଦୱା, ବଳରାମପୁର, ପ୍ରଣପୁର, ମଣିହାରୀ, କୋଡା ଏବଂ ବରୀରେ ସାତଟି ବିଧାନସଭା ଆସନ ଅନୁଷ୍ଠିତ ହେଉଛି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ABOUT THE AUTHOR

...view details