ଓଡିଶା

odisha

ETV Bharat / bharat

ବିହାର ବିଧାନସଭା ନିର୍ବାଚନ: EVM ଭିତରେ 1066 ପ୍ରାର୍ଥୀଙ୍କ ଭାଗ୍ୟ, ପ୍ରଥମ ପର୍ଯ୍ୟାୟରେ 53.54% ମତଦାନ

ବିହାର ବିଧାନସଭା ନିର୍ବାଚନ ପାଇଁ 71 ଆସନରେ ପ୍ରଥମ ପର୍ଯ୍ୟାୟ ମତଦାନ ଶେଷ ହୋଇଛି । 1066 ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମ ଭିତରେ ହୋଇଛି କଏଦ । ଅଧିକ ପଢନ୍ତୁ...

By

Published : Oct 28, 2020, 10:49 PM IST

ବିହାର ବିଧାନସଭା ନିର୍ବାଚନ: EVM ଭିତରେ 1066 ପ୍ରାର୍ଥୀଙ୍କ ଭାଗ୍ୟ, ପ୍ରଥମ ପର୍ଯ୍ୟାୟରେ 53.54% ମତଦାନ
ବିହାର ବିଧାନସଭା ନିର୍ବାଚନ: EVM ଭିତରେ 1066 ପ୍ରାର୍ଥୀଙ୍କ ଭାଗ୍ୟ, ପ୍ରଥମ ପର୍ଯ୍ୟାୟରେ 53.54% ମତଦାନ

ପାଟନା: କଡା ସୁରକ୍ଷା ମଧ୍ୟରେ ବିହାର ବିଧାନସଭା ନିର୍ବାଚନ ପାଇଁ 71 ଆସନରେ ପ୍ରଥମ ପର୍ଯ୍ୟାୟ ମତଦାନ ଶେଷ ହୋଇଛି । ଏହାସହ 1066 ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମ ଭିତରେ ହୋଇଛି କଏଦ । ସଂଧ୍ୟା 6ଟା ସୁଦ୍ଧା 53.54 ପ୍ରତିଶତ ମତଦାତା ପ୍ରଥମ ପର୍ଯ୍ୟାୟ ମତଦାନରେ ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି ।

ବିହାର ବିଧାନସଭା ନିର୍ବାଚନ: EVM ଭିତରେ 1066 ପ୍ରାର୍ଥୀଙ୍କ ଭାଗ୍ୟ, ପ୍ରଥମ ପର୍ଯ୍ୟାୟରେ 53.54% ମତଦାନ

ପ୍ରଥମ ପର୍ଯ୍ୟାୟରେ ରାଜ୍ୟରେ 16 ଜିଲ୍ଲାର 71 ବିଧାନସଭା ଆସନରେ ଭୋଟିଂ ହୋଇଛି । ରାଜ୍ୟ ନିର୍ବାଚନ ଆୟୋଗଙ୍କ ସୂଚନା ଅନୁଯାୟୀ 2.14 ମତଦାତାଙ୍କ ପାଇଁ 31 ହଜାର 371ଟି ମତଦାନ କେନ୍ଦ୍ର ଗଠନ କରାଯାଇଥିଲା । ତେବେ ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ 114 ଜଣ ମହିଳାଙ୍କ ସମେତ ମୋଟ 1066 ପ୍ରାର୍ଥୀ ନିଜର ଭାଗ୍ୟ ପରୀକ୍ଷା କରିଛନ୍ତି ।

ସେହିପରି ସଂଧ୍ୟାସୁଦ୍ଧା ମିଳିଥିବା ତଥ୍ୟ ଅନୁଯାୟୀ କୈମୁରରେ ସର୍ବାଧିକ 55.95 ପ୍ରତିଶତ ମତଦାନ ରେକର୍ଡ କରାଯାଇଛି । ଅନ୍ୟପକ୍ଷେ ମୁଙ୍ଗେରରେ ସର୍ବନିମ୍ନ 43.64 ପ୍ରତିଶତ ମତଦାନ ହୋଇଥିବା ଜଣାପଡିଛି । ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ସମସ୍ତ ମତଦାନ କେନ୍ଦ୍ରରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା ।

ABOUT THE AUTHOR

...view details