ପାଟନା: ପ୍ରବାସୀ ଶ୍ରମିକମାନଙ୍କୁ ଟ୍ରେନ ଯୋଗେ ଆଣିବା ପାଇଁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କଲେ ବିହାର ଉପ ମୁଖ୍ୟମନ୍ତ୍ରୀ । ଲକଡାଉନ ମଧ୍ୟରେ ବିଭିନ୍ନ ରାଜ୍ୟରେ ଫସିରହିଥିବା ପ୍ରବାସୀ ଶ୍ରମିକ ଏବଂ ଛାତ୍ରଛାତ୍ରୀଙ୍କୁ ସ୍ବତନ୍ତ୍ର ଟ୍ରେନ ଯୋଗେ ଫେରାଇ ଆଣିବାକୁ ବିହାର ଉପ ମୁଖ୍ୟମନ୍ତ୍ରୀ ସୁଶୀଲ ମୋଦି କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି ।
ପ୍ରବାସୀ ଶ୍ରମିକଙ୍କ ପାଇଁ ଟ୍ରେନ ବ୍ୟବସ୍ଥା କରିବାକୁ ବିହାର ଉପ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ - ପ୍ରବାସୀ ଶ୍ରମିକ
ଲକଡାଉନ ମଧ୍ୟରେ ବିଭିନ୍ନ ରାଜ୍ୟରେ ଫସିରହିଥିବା ପ୍ରବାସୀ ଶ୍ରମିକ ଏବଂ ଛାତ୍ରଛାତ୍ରୀଙ୍କୁ ସ୍ବତନ୍ତ୍ର ଟ୍ରେନ ଯୋଗେ ଫେରାଇ ଆଣିବାକୁ ବିହାର ଉପ ମୁଖ୍ୟମନ୍ତ୍ରୀ ସୁଶୀଲ ମୋଦି କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି ।
ପ୍ରବାସୀ ଶ୍ରମିକଙ୍କ ପାଇଁ ଟ୍ରେନ ବ୍ୟବସ୍ଥା କରିବାକୁ ବିହାର ଉପମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ
ଲକ୍ଷ ଲକ୍ଷ ପ୍ରବାସୀ ଶ୍ରମିକ ଏବଂ ଛାତ୍ରଛାତ୍ରୀଙ୍କୁ ବସ ଯୋଗେ ଆଣିବା ସମ୍ଭବ ନୁହେଁ । ଏଣୁ ସେମାନଙ୍କୁ ସ୍ବତନ୍ତ୍ର ଟେନ ଯୋଗେ ସାମାଜିକ ଦୂରତା ବଜାୟ ରଖି ରାଜ୍ୟକୁ ଫେରାଇବା ପାଇଁ ମୁଁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରୁଥିବା ସୁଶୀଲ ମୋଦି କହିଛନ୍ତି ।
ଏଥିସହ ସେ କହିଛନ୍ତି, ପ୍ରବାସୀ ଶ୍ରମିକ ଏବଂ ଛାତ୍ରଛାତ୍ରୀଙ୍କୁ ଫେରାଇ ଆଣିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ କ୍ବାରେଣ୍ଚିନ ସୁବିଧା ବିଶିଷ୍ଟ ବସ ବ୍ୟବସ୍ଥା କରାଯାଇଛି । ତେବେ ଲକଡାଉନ ମଧ୍ୟରେ ପାଖାପାଖି 27 ଲକ୍ଷ ଲୋକ ରିଲିଫ୍ ପାଇଁ ପଞ୍ଜିକୃତ କରାଇଥିବା ସୁଶୀଲ ମୋଦି କହିଛନ୍ତି ।