ନୂଆଦିଲ୍ଲୀ: ଜାତୀୟ ଗଣତାନ୍ତ୍ରିକ ମେଣ୍ଟ(ଏନଡିଏ)ର ଆବାହକ ଥିବା ବିହାର ମୁଖ୍ୟମନ୍ତ୍ରୀ ନିତୀଶ କୁମାର ଶିବସେନାକୁ ନେଇ ନିଜ ମନ୍ତବ୍ୟ ରଖିଛନ୍ତି । ଆଜି ଶିବସେନା ଏନଡିଏରୁ ବାହାରିଯିବା ପରେ ନୀତିଶ ଏହାକୁ ଅତି ହାଲୁକା ଭାବେ ନେଇଛନ୍ତି । ନୀତିଶ କହିଛନ୍ତି ‘ବୋ ଯାଏଁ ଭାଇ ହମକୋ କ୍ୟା ମତଲବ୍ ହୈ’ ଅର୍ଥାତ ସେ ଯାଆନ୍ତୁ ଭାଇ ଆମର କୌଣସି ମତଲବ ନାହିଁ ।
ଏନଡିଏରୁ ଶିବସେନା ବାହାରିବା ପରେ ଏମିତି କିଛି କହିଲେ ନିତୀଶ କୁମାର... - ଶିବସେନା ଏନଡିଏ
ଦୀର୍ଘଦିନର ସହଯୋଗୀ ଶିବସେନା ଏବେ ଏନଡିଏ ବାହାରେ । ଯେଉଁ ବିଚାରଧାରାକୁ ବିରୋଧ କରି ଏନଡିଏରେ ସାମିଲ ହୋଇଥିଲା ଶିବସେନା ଏବେ ସେହି ବିଚାରଧାରାକୁ ସମର୍ଥନ କରିବାକୁ ଯାଉଛି ।
ଫଟୋ ସୌଜନ୍ୟ: ଏଏନଆଇ
ତେବେ ଶିବସେନା ଏନଡିଏରୁ ବାହାରିଯିବା ପରେ ଏହାର ପ୍ରଭାବ ଆଗକୁ କଣ ହେବ ତାହା ଆକଳନ କରିବା ଅସମ୍ଭବ । କାହିଁକି ନା ଶିବସେନା ଦୀର୍ଘଦିନ ଧରି ଏନଡିଏର ଏକ ପ୍ରମୁଖ ସହଯୋଗୀ ଥିଲା ।