ଓଡିଶା

odisha

ETV Bharat / bharat

ବିଭାଗ ବାଣ୍ଟିଲେ ନୀତିଶ କୁମାର, ନିଜ ପାଖରେ ରଖିଲେ ଗୃହ-ଭିଜିଲାନ୍ସ

ବିହାର ବିଧାନସଭା ନିର୍ବାଚନରେ ଏନଡିଏର ବିଜୟ ସହ ସରକାର ଗଠନ ପ୍ରକ୍ରିୟା ସରିଛି । ତେବେ ଶପଥ ନେଇଥିବା 14 ମନ୍ତ୍ରୀଙ୍କୁ ମିଳିଛି ମନ୍ତ୍ରୀମଣ୍ଡଳରେ ବିଭାଗ । ଅଧିକ ପଢନ୍ତୁ...

bihar-cm-nitish-kumar
bihar-cm-nitish-kumar

By

Published : Nov 17, 2020, 9:53 PM IST

ପାଟନା:ବିହାର ବିଧାନସଭା ନିର୍ବାଚନରେ ଏନଡିଏର ବିଜୟ ସହ ମୁଖ୍ୟମନ୍ତ୍ରୀ ନୀତିଶଙ୍କ ଶପଥ ଗ୍ରହଣ ମଧ୍ୟ ସରିଛି । ବିଜୟୀ ଦଳ ସରକାର ଗଢିଛି । ଏନଡିଏ ମେଣ୍ଟ ଅଂଶୀଦାର ଜେଡି-ୟୁ ମୁଖ୍ୟ ନୀତିଶ କୁମାର ସୋମବାର ସପ୍ତମ ଥର ପାଇଁ ବିହାରର ଶାସନ ଗାଦି ହାତେଇଛନ୍ତି । ଏହାସହ ବିଜେପିର ତାରକିଶୋର ପ୍ରସାଦ ଏବଂ ରେଣୁ ଦେବୀ ଉପ-ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ।

ଏହାସହ ସୋମବାର ନୀତିଶ ନିଜର ୧୪ ଜଣିଆ ମନ୍ତ୍ରିମଣ୍ଡଳ ମଧ୍ୟ ଶପଥ ଗ୍ରହଣ କରିଛି । କିନ୍ତୁ ଦାୟିତ୍ବ ବଣ୍ଟନ ହୋଇନଥିବାବେଳେ ମଙ୍ଗଳବାର ସମସ୍ତ ମନ୍ତ୍ରୀଙ୍କୁ ବିଭାଗ ବଣ୍ଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ମୁଖ୍ୟମନ୍ତ୍ରୀ ନୀତିଶ କୁମାର ନିଜେ ଗୃହ, ସାଧାରଣ ପ୍ରଶାସନ, କ୍ୟାବିନେଟ୍, ଭିଜିଲାନ୍ସ, ନିର୍ବାଚନ ଭଳି ବିଭାଗକୁ ନିଜ ପାଖରେ ରଖିଛନ୍ତି ।

ସେହିପରି ଉପ-ମୁଖ୍ୟମନ୍ତ୍ରୀ ତାରକିଶୋର ପ୍ରସାଦ ସିଂଙ୍କୁ ଅର୍ଥ, ବାଣିଜ୍ୟିକ କର, ପରିବେଶ ଏବଂ ଜଙ୍ଗଲ, ସୂଚନା ପ୍ରଯୁକ୍ତିବିଦ୍ୟା, ବିପର୍ଯ୍ୟାୟ ପରିଚାଳନା, ସହରୀ ବିକାଶ ଭଳି ବିଭାଗ ମିଳିଛି ଏବଂ ଅନ୍ୟ ଜଣେ ଉପ-ମୁଖ୍ୟମନ୍ତ୍ରୀ ରେଣୁ ଦେବୀଙ୍କୁ ମଧ୍ୟ ପଞ୍ଚାୟତିରାଜ, ପଛୁଆ ଜାତିର ଉନ୍ନତି ଏବଂ ଇବିସି କଲ୍ୟାଣ, ଶିଳ୍ପ ଭଳି ବିଭାଗ ପ୍ରଦାନ କରାଯାଇଛି ।

ଅନ୍ୟପକ୍ଷରେ ବିଜୟ ଚୌଧୁରୀ - ଗ୍ରାମୀଣ ଇଞ୍ଜିନିୟରିଂ, ଗ୍ରାମ୍ୟ ଉନ୍ନୟନ, ଜଳ ସମ୍ପଦ, ସୂଚନା ଏବଂ ପ୍ରସାରଣ, ସଂସଦୀୟ କାର୍ଯ୍ୟ । ବିଜେନ୍ଦ୍ର ଯାଦବ -ଶକ୍ତି, ଯୋଜନା, ଖାଦ୍ୟ ଏବଂ ଉପଭୋକ୍ତା ବ୍ୟାପାର । ମେୱା ଲାଲ ଚୌଧୁରୀ - ଶିକ୍ଷା।, ଶିଲା କୁମାରୀ - ପରିବହନ, ସନ୍ତୋଷ ମାଞ୍ଜୀ - କ୍ଷୁଦ୍ର ଜଳସେଚନ, ଅନୁସୂଚିତ ଜାତି / ଅନୁସୂଚିତ ଜନଜାତି କଲ୍ୟାଣ ବିଭାଗ ମିଳିଛି ।

ଏନଡିଏ ସରକାରରେ ଯୋଡିହୋଇଥିବା ବିକାଶଶୀଳ ଇନସାନ ପାର୍ଟି ପ୍ରମୁଖ ମୁକେଶ ସହନୀଙ୍କୁ ପଶୁପାଳନ ଏବଂ ମତ୍ସ୍ୟଚାଷ ବିଭାଗ ମିଳିଛି । ମଙ୍ଗଲ ପାଣ୍ଡେ- ସ୍ବାସ୍ଥ୍ୟ, ସଡକ ଏବଂ କଳା ଓ ସଂସ୍କୃତି, ଅମରେନ୍ଦ୍ର ସିଂ- କୃଷି, ସମବାୟ ସମିତି, ରାମପ୍ରୀତ୍ ସିଂ -ଜନସ୍ବାସ୍ଥ୍ୟ ବିଭାଗ, ଜୀବେଶ କୁମାର- ପର୍ଯ୍ୟଟନ, ଶ୍ରମ ଓ ଖଣି ବିଭାଗ ମିଳିଥିବା ବେଳେ ରାମ ସୂରତଙ୍କୁ ରାଜସ୍ବ ଓ ଆଇନ ଭଲି ବିଭାଗ ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details