ଓଡିଶା

odisha

ETV Bharat / bharat

କାନ୍ଧରେ ସିଲିଣ୍ଡର, ଟ୍ରେରେ ନବଜାତକ; ହସ୍ପିଟାଲରେ କାଗଜ ପତ୍ର କାମ କରୁ କରୁ ଆଖି ବୁଜିଲା ଶିଶୁ - କାଗଜ ପତ୍ର ପୁରା କରୁ କରୁ ଆଖି ବୁଜିଲା ଶିଶୁ

କୋରୋନା ମହାମାରୀ ସମୟରେ ସରକାରୀ ହସ୍ପିଟାଲର ନଗ୍ନ ଚିତ୍ର । ଟ୍ରେରେ ନବଜାତକ ଶିଶୁ ଓ କାନ୍ଧରେ ଅକ୍ସିଜେନ ସିଲିଣ୍ଡର ଥରି ଶିଶୁର ଜୀବନ ବଞ୍ଚାଇବାକୁ ମାଆ ବାପା ଧାଁ ଧପଡ କରୁଥିବାବେଳେ ହସ୍ପିଟାଲ କର୍ମଚାରୀ କାଗଜ ପତ୍ରରେ ବ୍ୟସ୍ତ ରହିଥିଲେ । ଅଧିକ ପଢନ୍ତୁ...

କାଗଜ ପତ୍ର ପୁରା କରୁ କରୁ ଆଖି ବୁଜିଲା ଶିଶୁ
କାଗଜ ପତ୍ର ପୁରା କରୁ କରୁ ଆଖି ବୁଜିଲା ଶିଶୁ

By

Published : Jul 27, 2020, 9:12 AM IST

ପାଟଣା: ଆମ ଅବହେଳିତ ବ୍ୟବସ୍ଥା ଏକ ନବଜାତକ ଶିଶୁର ଜୀବନ ନେଇଯାଇଛି । ହସ୍ପିଟାଲରେ ଆଡମିଶନ ପୂର୍ବରୁ କାଗଜ କମଲର କାମ ଜଣେ ପିତାମାତାଙ୍କ କୋଳ ଖାଲି କରିଦେଇଛି । ଶିଶୁର ଜୀବନ ବଞ୍ଚାଇବାକୁ ମାଆଟି ଛୁଆକୁ ଟ୍ରେରେ ଧରିଥିବାବେଳେ ବାପା କାନ୍ଧରେ ଅକ୍ସିଜେନ ସିଲିଣ୍ଡର ଧରି ହସ୍ପିଟାଲରେ ପହଞ୍ଚିଥିଲେ। ହେଲେ କାଗଜ ପତ୍ର ପୁରା କରୁ କରୁ ପିଲାଟି ଆଖି ବୁଜିଥିଲା । ଏଭଳି ଏକ ହୃଦୟ ବିଦାରକ ଘଟଣା ବିହାର ବକ୍ସର ଅଞ୍ଚଳରେ ଦେଖିବାକୁ ମିଳିଛି ।

ଏହି ଘଟଣାଟି ଜୁଲାଇ 23 ସଦର ହସ୍ପିଟାଲର । ଯେଉଁଠି ସ୍ବାସ୍ଥ୍ୟକର୍ମୀଙ୍କ ଅବହେଳା ପାଇଁ ପାଇଁ ଗୋଟିଏ ନିରୀହ ଶିଶୁର ଜୀବନ ଚାଲିଯାଇଛି । ବର୍ତ୍ତମାନ ଶିଶୁର ବାପାମାଆଙ୍କ ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।ଆଶ୍ଚର୍ଯ୍ୟର କଥା ଏହି ଅଞ୍ଚଳ ସ୍ବାସ୍ଥ୍ୟ ରାଜ୍ୟମନ୍ତ୍ରୀ ଅଶ୍ବିନୀ କୁମାର ଚୈବେଙ୍କ ସଂସଦୀୟ ନିର୍ବାଚନ ମଣ୍ଡଳୀ ।ସେପଟେ, ସୋସିଆଲ ମିଡିଆରେ ଘଟଣାଟି ସାମ୍ନାକୁ ଆସିବା ପରେ ଘଟଣାର ଯାଞ୍ଚ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ସୂଚନାଯୋଗ୍ୟ,ରାଜପୁରର ସଖୁଆନା ଗାଁର ସୁମନ କୁମାରଙ୍କ ସ୍ତ୍ରୀ ପ୍ରସବ ପାଇଁ ବକ୍ସର ସଦର ହସ୍ପିଟାଲରେ ଭର୍ତ୍ତି କରିଥିଲେ । କିନ୍ତୁ ଏଠାରେ ପ୍ରସବ କରାଇବାକୁ କର୍ମଚାରୀମାନେ ମନା କରିଦେଇଥିଲେ । ଫଳରେ ସୁମନ ନିଜ ଗର୍ଭବତୀ ସ୍ତ୍ରୀକୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ସେଠାରେ ତାଙ୍କର ଏକ ଶିଶୁ ଜନ୍ମ ହୋଇଥିଲା । ହେଲେ ଶିଶୁଟି ନିଶ୍ବାସ ପ୍ରଶ୍ବାସ ନେବାରେ କଷ୍ଟ ଅନୁଭବ କରିବାରୁ ଘରୋଇ ହସ୍ପିଟାଲର କର୍ମଚାରୀ ପ୍ରସୂତୀଙ୍କ ହାତରେ ଏକ ଟ୍ରେରେ ଶିଶୁ ରଖିବା ସହ ବାପାର କାନ୍ଧରେ ଅକ୍ସିଜେନ ସିଲିଣ୍ଡର ଧରାଇ ପୁଣି ଥରେ ସଦର ହସ୍ପିଟାଲକୁ ପଠାଇ ଦେଇଥିଲେ ।

ଏହା ପରେ ଉକ୍ତ ଦମ୍ପତି 18 କିମି ଯିବା ପରେ ହସ୍ପିଟାଲରେ ପହଞ୍ଚିଥିଲେ । ସେଠାରେ ଚିକିତ୍ସା କରିବା ପୂର୍ବରୁ କାଗଜ ପତ୍ର ଶେଷ କରିବା ପୂର୍ବରୁ ଶିଶୁଟି ପ୍ରାଣ ହାରିଥିଲା । ଖାଲି ସେତିକି ନୁହେଁ, ମୃତ ଶିଶୁ ସହିତ ଦମ୍ପତିଙ୍କୁ ଘରକୁ ପଠାଇବାକୁ ମଧ୍ୟ ହସ୍ପିଟାଲ ପ୍ରଶାସନ କୌଣସି ସହଯୋଗ କରିନଥିଲେ ।

ଏହି ସମୟରେ ହସ୍ପିଟାଲରେ ଉପସ୍ଥିତ ଥିବା ଜଣା ବ୍ୟକ୍ତି ଏହି ଘଟଣାର 2ଟି ଫଟୋ ନେବା ପରେ ସୋସିଆଲ ମିଡିଆରେ ସେୟାର କରିଥିଲେ ।

ABOUT THE AUTHOR

...view details