ପଟଣା: କୋରୋନା ସହିତ ମୁକାବିଲା ପାଇଁ ସାରା ଦେଶରେ ଲକଡାଉନ୍ ଘୋଷଣା କରାଯାଇଛି । ଲକଡାଉନ୍ 3.0ରେ ସରକାରଙ୍କ ତରଫରୁ ସାମାନ୍ୟ ଢିଲା ଛଡାଯାଇଛି । ହେଲେ ଏହି ସମୟରେ ବିହାରରେ ଚାଲିଛି ବ୍ୟକ୍ତିଗତ ହିଂସା । ଦେଶରେ କିଛି କମ୍ପାନୀ ଏବଂ ରାସନ ଦୋକାନ, ମଦ ଦୋକାନକୁ ଛାଡିଦେଲେ କୌଣସି ଦୋକନା ଖୋଲିବାକୁ ଅନୁମତି ଦିଆଯାଇନାହିଁ । ଏପରିକି ସେଲୁନ୍, ସ୍ପା, ଭଣ୍ଡାରୀ ଦୋକନା ଦୋକାନକୁ ମଧ୍ୟ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି । ଏହି ସମୟରେ ବିହାରର ବଙ୍କା ଜିଲ୍ଲାରେ ଜଣେ ଭଣ୍ଡାରୀର ହତ୍ୟା ମାମଲା ସାମ୍ନାକୁ ଆସିଛି ।
ଅମରପୁର ଥାନା ଅଞ୍ଚଳର ମୌନମା ଗ୍ରାମରେ ଦୀନେଶ ଠାକୁର ନାମକ ଜଣେ ବ୍ୟକ୍ତିଙ୍କୁ ପିଟି ପିଟି ହତ୍ୟା କରାଯାଇଛି । ଏହାସହ ମୃତଦେହକୁ କ୍ଷେତରେ ଫିଙ୍ଗି ଦିଆଯାଇଛି । କୁହାଯାଉଛି ଯେ ଭଣ୍ଡାରୀ ଜଣକ ଚୁଟି ଦାଢ଼ି କାଟିବାରୁ ମନା କରିବାରୁ କ୍ରୋଧରେ ତାକୁ ପିଟିପିଟି ହତ୍ୟା କରାଯାଇଛି ।