ଓଡିଶା

odisha

ETV Bharat / bharat

ନଭେମ୍ବର 23ରୁ ଆରମ୍ଭ ହେବ ବିହାର ବିଧାନସଭା ଅଧିବେଶନ - ନଭେମ୍ବର 23ରେ ବିହାର ବିଧାନସଭା ଅଧିବେଶନ

ଆଗାମୀ ନଭେମ୍ବର 23ରୁ ତାରିଖରୁ ବିହାରର ବିଧାନସଭା ଅଧିବେଶନ ଆରମ୍ଭ ହେବାକୁ ଯାଉଥିବା ବେଳେ ଏହା 27 ପର୍ଯ୍ୟନ୍ତ ଚାଲିବ । ଅଧିକ ପଢନ୍ତୁ...

Bihar assembly session begins from 23rd November
ନଭେମ୍ବର 23ରୁ ଆରମ୍ଭ ହେବ ବିହାର ବିଧାନସଭା ଅଧିବେଶନ

By

Published : Nov 17, 2020, 3:07 PM IST

ପାଟନା: ଆଗାମୀ ନଭେମ୍ବର 23ରୁ ଆରମ୍ଭ ହେବାକୁ ଯାଉଛି ବିହାରର ବିଧାନସଭା ଅଧିବେଶନ । ତେବେ ଏହା ନଭେମ୍ବର 23ରୁ 27 ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ସୂଚନା ମିଳିଛି ।

ଗତ ସୋମବାର ନୀତିଶ କୁମାର ସପ୍ତମ ଥର ପାଇଁ ବିହାରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବା ବେଳେ ବିଜେପି ନେତା ତାରକିଶୋର ପ୍ରସାଦ ଓ ରେନୁ ଦେବୀ ବିହାରର ଡେପୁଟି ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ରାଜ୍ୟର ଚଳିତ ବିଧାନସଭା ନିର୍ବାଚନରେ 243 ଟି ଆସନରୁ ଏନଡିଏ ମିଳିତ ଭାବରେ ସର୍ବାଧିକ 125ଟି ଆସନ ହାତେଇଛି । ତେବେ ଏହି 125ଟି ଆସନ ମଧ୍ୟରୁ ବିଜେପି 74ଟି ଓ ଜନତା ଦଳ 43ଟି ଆସନ ଜିତିଥିବା ବେଳେ ଏନଡିଏ 8ଟି ଆସନ ଜିତିଛି ।

ସେପଟେ ଆରଜେଡି ଏକକ ଦଳ ଭାବେ ସର୍ବାଧିକ 75ଟି ଆସନ ଜିତିଛି । ଚଳିତ ବିଧାନସଭା ନିର୍ବାଚନରେ କଂଗ୍ରେସ ଦଳ 70ଟି ଆସନ ପାଇଁ ନିର୍ବାଚନ ଲଢୁଥିବା ବେଳେ କେବଳ 19ଟି ଆସନ ଜିତିଛି ।

@ANI

ABOUT THE AUTHOR

...view details