ଓଡିଶା

odisha

ETV Bharat / bharat

ବିହାର ନିର୍ବାଚନ ଚିନ୍ତା: କଂଗ୍ରେସର ଭର୍ଚୁଆଲ ବୈଠକ - ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ

ବିହାର ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି କଂଗ୍ରେସ ନିଜର ରଣନୀତି ପ୍ରସ୍ତୁତ କରିଛି । ଦଳର ବିହାର ନେତୃବୃନ୍ଦଙ୍କ ସହ କଂଗ୍ରେସ ନେତା ତଥା ଦଳର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଭର୍ଚୁଆଲ ବୈଠକ କରିଛନ୍ତି । ଅଧିକ ପଢନ୍ତୁ...

v
ବିହାର ନିର୍ବାଚନ ଚିନ୍ତା; କଂଗ୍ରେସର ଭର୍ଚୁଆଲ ବୈଠକ

By

Published : Jul 4, 2020, 7:19 AM IST

ପାଟଣା: ବିହାର ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି କଂଗ୍ରେସ ନିଜର ରଣନୀତି ପ୍ରସ୍ତୁତ କରିଛି । ଦଳର ବିହାର ନେତୃବୃନ୍ଦଙ୍କ ସହ କଂଗ୍ରେସ ନେତା ତଥା ଦଳର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଭର୍ଚୁଆଲ ବୈଠକ କରିଛନ୍ତି ।

ବୈଠକରେ ଦଳ କିପରି ରାଜ୍ୟ ସରକାରଙ୍କ ଅପାରଗତାକୁ ସାମ୍ନାକୁ ଆଣି ବିଜୟ ହୋଇପାରିବ, ସେ ନେଇ ଆଲୋଚନା କରାଯାଇଛି । ମିଳିଥିବା ସୂଚନା ଅନୁସାରେ, ବିଧାନସଭା ନିର୍ବାଚନ ପ୍ରଚାର ପାଇଁ ରାହୁଲ ଗାନ୍ଧୀ ଅଧିକାଂଶ ସମୟ ଦେବେ ବୋଲି ରାଜ୍ୟ ନେତୃବୃନ୍ଦଙ୍କୁ ଆଶ୍ବସ୍ତ କରିଛନ୍ତି ।

ସେହିପରି ଆସନ ବୁଝାମଣା ନେଇ ଆଗକୁ ଆଲୋଚନା କରାଯିବ ବୋଲି ସେ କହିଥିବା କୁହାଯାଉଛି । ତେବେ 3 ଘଣ୍ଟା ଧରି ଏହି ବୈଠକ ଅନୁଷ୍ଠିତ ହୋଇଥିବାବେଳେ ରାହୁଲ ଏକଘଣ୍ଟା ଭର୍ଚୁଆଲ ବୈଠକରେ ଉପସ୍ଥିତ ରହିବା ସହ ନେତାଙ୍କ ସହ ଆଲୋଚନା କରିଥିଲେ ।

ବୈଠକରେ ରାଜ୍ୟସଭା ସାଂସଦ ଅଖିଳେଶ ପ୍ରସାଦ ସିଂ କହିଥିଲେ,‘କେନ୍ଦ୍ରମନ୍ତ୍ରୀ ରାମ ବିଳାଶ ପାଶୱାନ ତାଙ୍କ ସହିତ କଥା ହୋଇଥିଲେ ।’ ହେଲେ ଏହା ଉପରେ ରାହୁଲ ଗାନ୍ଧୀ କୌଣସି ପ୍ରତିକ୍ରିୟା ରଖିନଥିବା ସୂଚନା ମିଳିଛି ।

ସୂଚନାଥାଉକି, ଲୋକଙ୍କ ସହିତ ଯୋଡି ହେବା ଲାଗି ପୂର୍ବରୁ ବିଜେପି ବିଭିନ୍ନ ରାଜ୍ୟରେ ଭର୍ଚୁଆଲ ରାଲିର ଆୟୋଜନ କରୁଛି ।

@ANI

ABOUT THE AUTHOR

...view details