ଓଡିଶା

odisha

ETV Bharat / bharat

ବିହାର ବିଧାନସଭା ନିର୍ବାଚନ: କଂଗ୍ରେସର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା - କଂଗ୍ରେସର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା

ବିହାର ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ତାର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ଅଧିକ ପଢନ୍ତୁ...

ବିହାର ବିଧାନସଭା ନିର୍ବାଚନ: କଂଗ୍ରେସର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା
ବିହାର ବିଧାନସଭା ନିର୍ବାଚନ: କଂଗ୍ରେସର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା

By

Published : Oct 7, 2020, 9:06 AM IST

ପାଟନା:ବିହାର ବିଧାନସଭା ନିର୍ବାଚନର ବିଗୁଲ ବାଜିବା ପରେ ସବୁ ଦଳ ତୟାର । ନିର୍ବାଚନ ପୂର୍ବରୁ ମେଣ୍ଟ କରି ମଇଦାନକୁ ଓହ୍ଲାଇବା ପାଇଁ ସମସ୍ତେ ପ୍ରସ୍ତୁତ । ଆସନ ବୁଝାମଣା ପରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରୁଛନ୍ତି ପ୍ରମୁଖ ଦଳ ।

ନିର୍ବାଚନ ପଶାପାଲିରେ ସମସ୍ତେ ଗୋଟି ଚଳାଉଥିବାବେଳେ ପ୍ରାର୍ଥୀ ଘୋଷଣା କରି ଜିତିବାର ରଣନୀତି ଚଳାଇଛନ୍ତି ପ୍ରମୁଖ ଦଳ । ଏପରି ସ୍ଥିତିରେ ମହାମେଣ୍ଟରେ ସାମିଲ ଥିବା କଂଗ୍ରେସ ମଧ୍ୟ ପଛରେ ପଡିନାହିଁ । ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଦଳ 21 ଜଣଙ୍କ ନାମରେ ମୋହର ମାରିଛି । ପ୍ରାର୍ଥୀ ମାନଙ୍କ ପାଖକୁ ଦଳୀୟ ଟିକେଟ ପଠାଇ ଦିଆଯାଇଛି । କୁହାଯାଉଛି କି, କିଛି ପ୍ରାର୍ଥୀଙ୍କୁ ଦିଲ୍ଲୀରେ ଓ କିଛିଙ୍କୁ ପାଟନାରେ ଦଳୀୟ ଟିକେଟ ଦିଆଯାଇଛି । ଏମାନଙ୍କ ମଧ୍ୟରେ ଅନେକ ଆଜି ହିଁ ନିଜର ନାମାଙ୍କନ ଦାଖଲ କରିବେ ବୋଲି ଜଣାପଡିଛି ।

କଂଗ୍ରେସ ଖାତାକୁ ଯାଇଥିବା ଏହି ସିଟ୍‌ ଉପରେ ନିଜର ପ୍ରାର୍ଥୀ ଘୋଷଣା କରିଛି ଦଳ...

ବିଧାନସଭା ସିଟ୍‌ ପ୍ରାର୍ଥୀ

  • କହଲଗାଓଁ - ଶୁଭାନନ୍ଦ ମୁକେଶ
  • ବିକ୍ରମ - ସିଦ୍ଧାର୍ଥ
  • ବକ୍ସର- ସଞ୍ଜୟ କୁମାର ତିୱାରୀ
  • କୁଟୁମ୍ବା- ରାଜେଶ କୁମାର
  • ଔରଙ୍ଗାବାଦ- ଆନନ୍ଦ ଶଙ୍କର ସିଂ
  • ବଜରୀଗଞ୍ଜ-ଡ. ଶଶୀ ଶେଖର
  • ସିକନ୍ଦରା- ସୁଧୀର କୁମାର
  • ବରବିଘା- ଗଜାନନ ଶାହି
  • ଅମରପୁର- ଜିତେନ୍ଦ୍ର ସିଂ
  • ଲଖିସରାୟ- ଅମରେଶ କୁମାର ଅନିଶ
  • ଚେନାରି- ମୁରାରୀ ଗୌତମ
  • ହିସୁଆ- ନିତୁ ସିଂ
  • ବାରସଲିଙ୍ଗଜ- ସତିଶ କୁମାର
  • ସୁଲତାନଙ୍ଗଜ- ଲଲନ ଯାଦବ
  • ଗୟା ଟାଉନ- ମୋହନ ଶ୍ରୀବାସ୍ତବ
  • ବାଡ - ସତ୍ୟେନ୍ଦ୍ର ବହାଦୂର
  • ରାଜପୁର- ବିଶ୍ବନାଥ ରାମ
  • ଟିକାରି- ଅଶୋକ ଗଗନ
  • କରହଗର- ମୋ.କାମରାନ
  • ଚୈନପୁର- ପ୍ରକାଶ କୁମାର ସିଂ

ସୂଚନା ଥାଉକି, ବିହାରରେ ପ୍ରଥମ ପର୍ଯ୍ୟାୟ ମତଦାନ ଅକ୍ଟୋବର 28 ତାରିଖରେ ଅନୁଷ୍ଠିତ ହେବ । ନଭେମ୍ବର 3ରେ ଦ୍ବିତୀୟ ପର୍ଯ୍ୟାୟ ଓ ନଭେମ୍ବର 7ରେ ତୃତୀୟ ପର୍ଯ୍ୟାୟ ମତଦାନ ହେବ । ନଭେମ୍ବର 10 ତାରିଖରେ ଫଳାଫଳ ପ୍ରକାଶ ପାଇବ । ତେବେ ପ୍ରଥମ ପର୍ଯ୍ୟାୟରେ 71 ଆସନ, ଦ୍ବିତୀୟ ପର୍ଯ୍ୟାୟରେ 94 ଆସନ ଓ ତୃତୀୟ ପର୍ଯ୍ୟାୟରେ 78 ଆସନରେ ଭୋଟ ଗ୍ରହଣ ହେବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details