ପାଟନା: ମନ୍ତ୍ରୀମଣ୍ଡଳ ସମ୍ପ୍ରସାରିତ କରିବେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ରବିବାର ସକାଳେ ଦେଇପାରନ୍ତି 4ରୁ 5ଜଣଙ୍କୁ ମନ୍ତ୍ରୀପରିଷଦରେ ଦାୟିତ୍ବ ।
ରବିବାର ସଂପ୍ରସାରିତ ହେବ ନୀତିଶଙ୍କ ମନ୍ତ୍ରୀମଣ୍ଡଳ - extension
ରବିବାର ନିଜ ମନ୍ତ୍ରୀମଣ୍ଡଳରେ ଚାରି ବିଧାୟକଙ୍କୁ ସାମିଲ କରିପାରନ୍ତି ନୀତିଶ କୁମାର । ରାଜ୍ୟପାଳଙ୍କୁ ଭେଟି ଏ ସମ୍ପର୍କରେ ଆଲୋଚନା କରିବା ପରେ ଚର୍ଚ୍ଚା ଜୋର ଧରିଛି।

ଫାଇଲ ଫଟୋ
ରାଜ୍ୟପାଳ ଲାଲଜୀ ଟଣ୍ଡନଙ୍କ ସହ ସାକ୍ଷାତକାର କରି ଶପଥ ବିଷୟରେ କରିଛନ୍ତି ଆଲୋଚନା । ସୂଚନା ଅନୁଯାଇ 4 କିମ୍ବା ତାହାଠୁ ଅଧିକ ନେତାଙ୍କୁ ସାମିଲ କରିପାରନ୍ତି ନିଜ ମନ୍ତ୍ରୀମଣ୍ଡଳରେ ।
କିନ୍ତୁ କେଉଁ ନେତାଙ୍କ ନାଁରେ ମୋହର ଲାଗୁଛି ତାହା ସ୍ପଷ୍ଟ ହୋଇନଥିବା ବେଳେ ଦଳୀଲୟ ସୂତ୍ର ଅନୁସାରେ ବିଧାୟକ ଅଶୋକ ଚୌଧୁରୀ, ନୀରଜ କୁମାର, ସଞ୍ଜୟ ଝା ଏବଂ ରଞ୍ଜୁ ଗୀତାଙ୍କ ନାମ ଚୟନ ହୋଇଥିବା ଜାଣିବାକୁ ମିଳିଛି ।