ଓଡିଶା

odisha

ETV Bharat / bharat

ୱାଇନ ଅର୍ଡର କରି ଦେବାକୁ ହେଲା 1.25 ଲକ୍ଷ ଟଙ୍କା - ଅନଲାଇନ ଠକେଇ

ଅନଲାଇନ ଠକେଇରେ ଜୁଝୁଛନ୍ତି ସାଧାରଣ ନାଗରିକ । ଏକ ୱାଇନ ବଟଲ ଅର୍ଡର କରିବାକୁ ଯାଇ ଜଣେ ସାଧାରଣ ଲୋକକୁ ଦେବାକୁ ପଡିଛି 1.25 ଲକ୍ଷ ଟଙ୍କା ।

ପ୍ରତୀକାତ୍ମକ ଫଟୋ

By

Published : Oct 16, 2019, 3:08 AM IST

ମୁମ୍ବାଇ: ଦିନକୁ ଦିନ ବଢିବାରେ ଲାଗିଛି ଅନଲାଇନ ଠକେଇ। ଯାହାର ନିକଟରେ ଦେଖିବାକୁ ମିଳିଛି ଏକ ଜ୍ବଳନ୍ତ ଉଦାହରଣ । ମୁମ୍ବାଇର ଜଣେ ମୋବାଇଲ ସର୍ଭିସ ପ୍ରୋଭାଇଡର ତଥା ଡେପ୍ୟୁଟି ମ୍ୟାନେଜର ଏହି ଠକେଇରେ ଶୀକାର ହୋଇଛନ୍ତି । ଏକ ୱାଇନ ବୋତଲ ଅର୍ଡର କରିବାକୁ ଯାଇ ତାଙ୍କୁ ଦେବାକୁ ପଡିଛି 1.25 ଲକ୍ଷ ଟଙ୍କା ।

ସୂଚନା ଅନୁଯାୟୀ, ଅନ୍ଧେରୀସ୍ଥିତ ଏକ ୱାଇନ ସପ୍‌ ଉଜ୍ବଲ ୱାଇନ୍ସରୁ ଯୁବକ ଜଣଙ୍କ ଏକ ୱାଇନ ବୋତଲ ଅର୍ଡର କରିଥିଲେ । ହେଲେ ସପ୍‌କୁ କଲ୍‌ କରିବାର କିଛି ସମୟ ପରେ ତାଙ୍କ ବ୍ୟାଙ୍କ ଆକାଉଣ୍ଟରୁ 3 ଥର ଟ୍ରାଞ୍ଜାକ୍ସନ ହୋଇଥିଲା । ଆଉ ଚାହୁଁ ଚାହୁଁ ଆକାଉଣ୍ଟରୁ କଟିଥିଲା 1.25 ଲକ୍ଷ ଟଙ୍କା । ଏନେଇ ସେ ଅନ୍ଧେରୀ ଥାନାରେ ଏକ ଅଭିଯୋଗ କରିଛନ୍ତି ।

ତେବେ ତଦନ୍ତରୁ ଜଣା ପଡିଥିଲା କି ସମ୍ପୃକ୍ତ ଦୋକାନ ମାଲିକ ମଧ୍ୟ ଏନେଇ ଥାନାରେ ଏକ ମାମଲା ରୁଜୁ କରିଥିଲେ । ଯେଉଁଥିରେ ତାଙ୍କ ୱାଇନ ସପ୍‌ ନାଁରେ ଅପବ୍ୟବହାର କରି ଗ୍ରାହକଙ୍କଠାରୁ ଟଙ୍କା ଲୁଟ ହେଉଥିବା ଅଭିଯୋଗ ହୋଇଥିଲା । ଖବର ପାଇ ପୋଲିସ ଘଟଣାରେ ସମ୍ପୃକ୍ତ ସମସ୍ତ ତଥ୍ୟ ଯୋଗାଡ କରି ତନାଘନା ଆରମ୍ଭ କରିଛି ।

ABOUT THE AUTHOR

...view details