ଓଡିଶା

odisha

ରାଜସ୍ଥାନ କଂଗ୍ରେସ ପରେ ବିଜେପିରେ ସୃଷ୍ଟି ହେଲା କନ୍ଦଳ !

By

Published : Aug 13, 2020, 4:36 PM IST

ଛାବ୍ରାର ବିଜେପି ବିଧାୟକ ପ୍ରତାପ ସିଂହଭୀ ବସୁନ୍ଧରା ରାଜେଙ୍କ ନେତୃତ୍ବକୁ ସମର୍ଥନ କରି କହିଛନ୍ତି, ବସୁନ୍ଧରା ରାଜେ କେବଳ ଜଣେ ବଡ ନେତା ନୁହଁନ୍ତି । ତାଙ୍କୁ ଦଳର ନେତୃତ୍ବ ବୋଲି ମଧ୍ୟ ମୁଁ ବିଚାର କରୁଛି ବୋଲି ସେ କହିଛନ୍ତି।

ରାଜସ୍ଥାନରେ କଂଗ୍ରେସ ପରେ ବିଜେପିରେ ସୃଷ୍ଟି ହେଲା କନ୍ଦଳ !
ରାଜସ୍ଥାନରେ କଂଗ୍ରେସ ପରେ ବିଜେପିରେ ସୃଷ୍ଟି ହେଲା କନ୍ଦଳ !

ଜୟପୁର: ରାଜସ୍ଥାନରେ ଜାରି ରାଜନୈତିକ ଅସ୍ଥିରତା କେବଳ କଂଗ୍ରେସ ଭିତରେ ନୁହେଁ ବରଂ ବିଜେପିରେ ମଧ୍ୟ ଦେଖିବାକୁ ମିଳିଛି। ବିଜେପିର କିଛି ନେତାଙ୍କ ବିବୃତ୍ତି ଏହାକୁ ସ୍ପଷ୍ଟ କରୁଛି । ତେବେ ବିଜେପି ମଧ୍ୟ କଂଗ୍ରେସ ଭଳି 2ଟି ନେତୃତ୍ବରେ ବିଭାଜିତ ହୋଇଥିବା ଏହି ନେତାଙ୍କ ବୟାନରୁ ଆକଳନ କରାଯାଉଛି । ରାଜସ୍ଥାନର କିଛି ବିଜେପି ନେତା ବସୁନ୍ଧରା ରାଜେଙ୍କ ନେତୃତ୍ବ ଚାହୁଁଥିବା ବେଳେ ଆଉ କେତେକ ନେତା ବିଜେପି ସଭାପତି ଶତିସ ପୁନିଆଙ୍କ ନେତୃତ୍ବ ଚାହୁଁଛନ୍ତି ।

ରାଜସ୍ଥାନରେ କଂଗ୍ରେସ ପରେ ବିଜେପିରେ ସୃଷ୍ଟି ହେଲା କନ୍ଦଳ !

ଛାବ୍ରାର ବିଜେପି ବିଧାୟକ ପ୍ରତାପ ସିଂହଭୀ ବସୁନ୍ଧରା ରାଜେଙ୍କ ନେତୃତ୍ବକୁ ସମର୍ଥନ କରି କହିଛନ୍ତି, ବସୁନ୍ଧରା ରାଜେ କେବଳ ଜଣେ ବଡ ନେତା ନୁହଁନ୍ତି । ତାଙ୍କୁ ଦଳର ନେତୃତ୍ବ ବୋଲି ମଧ୍ୟ ମୁଁ ବିଚାର କରୁଛି ବୋଲି ସେ କହିଛନ୍ତି। ସେପଟେ ଶତି, ପୁନିଆଙ୍କ ନେତୃତ୍ବକୁ ନେଇ ସିଂହଭୀ କହିଛନ୍ତି, ପୁନିଆ ରାଜ୍ୟ ସଭାପତି । ଦଳର ନିଜସ୍ବ ବ୍ୟବସ୍ଥା ରହିଛି ଏବଂ ରାଜ୍ୟ ସଭାପତିଙ୍କୁ ଏଥିରେ ସହମତ ହେବାକୁ ପଡିବ ବୋଲି ସେ କହିଛନ୍ତି।

ବିଜେପିର ବିଧାନସଭା ପାର୍ଟି ବୈଠକରେ ଯୋଗଦେବାକୁ ଆସିଥିବା ବିଧାୟକ ପ୍ରତାପ ସିଂଭି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଏଭଳି ମନ୍ତବ୍ୟ ଦେଇଛନ୍ତି । ତେବେ ବିଜେପି ବିଧାୟକ ପ୍ରତାପ ସିଂହଭୀଙ୍କ ଏହି ବିବୃତ୍ତି ପ୍ରଥମ ଥର ପାଇଁ ଆସିନାହିଁ କିନ୍ତୁ ସମୟ ସମୟରେ ସେ ଏପରି ବିବୃତ୍ତି ଦେଇ ଚର୍ଚ୍ଚାରେ ରୁହନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details