ଓଡିଶା

odisha

ETV Bharat / bharat

କଂଗ୍ରେସରେ ମିଶିଲେ 6 ବିଏସପି ବିଧାୟକ - ବସପା

ବିଏସପିର 6 ଜଣ ବିଧାୟକ ସୋମବାର ବିଳମ୍ବିତ ରାତିରେ କଂଗ୍ରେସ ସାମିଲ ହୋଇଛନ୍ତି । କଂଗ୍ରେସରେ ସାମିଲ ହେବା ସହିତ ସେମାନେ ଇସ୍ତଫା ପତ୍ର ବାଚସ୍ପତିଙ୍କୁ ଦେଇଛନ୍ତି ।

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

By

Published : Sep 17, 2019, 4:42 PM IST

ଜୟପୁର: ଆଗକୁ ବିଧାନସଭା ନିର୍ବାଚନ ରହିଥିବା ବେଳେ ଏବେ ରାଜସ୍ଥାନରେ ରାଜନୈତିକ ପାଣିପାଗ ବେଶ ଉଷ୍ମ । ଏପରି ସ୍ଥଳେ ବହୁଜନ ସମାଜ ପାର୍ଟି(ବସପା)କୁ ଲାଗିଛି ଏକ ବଡ଼ ଝଟକା । ଗତକାଲି ବିଳମ୍ବିତ ରାତିରେ ବିଏସପିର 6ଜଣ ବିଧାୟକ ବିଦ୍ଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ଏନେଇ କଂଗ୍ରେସ ପକ୍ଷରୁ ବିଦ୍ଧିବଦ୍ଧ ସୂଚନା ମିଳିଛି ।

ମିଳିଥିବା ସୂଚନା ମୁତାବକ ବସପାର ଉଦୟପୁରବାଟୀର ବିଧାୟକ ରାଜେନ୍ଦ୍ର ଗୁଢା, ନଦବଇ ବିଧାୟକ ଯୋଗେନ୍ଦ୍ର ସିଂ ଅଓ୍ବାନା, ନଗର ବିଧାୟକ ବାଜିବ ଅଲ୍ଲୀ, କରୋଲୀ ବିଧାୟକ ଲାଖନ ସିଂ ମିଣା, ନିଜାରା ବିଧାୟକ ସନ୍ଦିପ ଯାଦବ ଗତକାଲି ରାତିରେ କଂଗ୍ରେସରେ ସାମିଲ ହୋଇଛନ୍ତି ।

ଏହା ସହିତ ସେମାନଙ୍କ ବିଧାନସଭାରୁ ଇସ୍ତଫା ପତ୍ର ବାଚସ୍ପତିଙ୍କୁ ଦେଇଥିବା ଜଣାପଡ଼ିଛି । ସେପଟେ କଂଗ୍ରେସକୁ ବହୁମତ ମିଳିବା ସହିତ ମଝଭୁତ ହୋଇଛି ।

ABOUT THE AUTHOR

...view details