ଓଡିଶା

odisha

By

Published : Feb 15, 2020, 5:06 PM IST

ETV Bharat / bharat

ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କୁ ଉଠାଇ ନେଲା ପୋଲିସ

କର୍ଣ୍ଣାଟକର ୟେଦୁରପ୍ପା ସରକାରଙ୍କ ବିରୋଧରେ ମୋର୍ଚ୍ଚା ବାହାର କରିଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କୁ ଶନିବାର ଉଠାଇ ନେଇଛି ପୋଲିସ । ଅଧିକ ପଢନ୍ତୁ...

siddaramaiah
ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧାରମୈୟା

ବେଙ୍ଗାଲୁରୁ: କର୍ଣ୍ଣାଟକର ୟେଦୁରପ୍ପା ସରକାରଙ୍କ ବିରୋଧରେ ମୋର୍ଚ୍ଚା ବାହାର କରିଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କୁ ଶନିବାର ଉଠାଇ ନେଇଛି ପୋଲିସ । ତାଙ୍କ ସହ କଂଗ୍ରେସର ବରିଷ୍ଠ ନେତା ଦିନେଶ ଗୁଣ୍ଡୁ ରାୱ, ରିଜୱାଲ ଅର୍ଶଦ ଏବଂ କେ ସୁରେଶଙ୍କୁ ମଧ୍ୟ ପୋଲିସ ଅଟକ ରଖିଛି । କର୍ଣ୍ଣାଟକର ବିଦାର ରାଜଦ୍ରୋହ ମାମଲାରେ ରାଜ୍ୟ ସରକାର ପୋଲିସର ଦୂରୁପଯୋଗ କରୁଥିବା ଅଭିଯୋଗ କରି ମୁଖ୍ୟମନ୍ତ୍ରୀ ୟେଦୁରପ୍ପାଙ୍କ ଘର ପର୍ଯ୍ୟନ୍ତ ଏହି ମୋର୍ଚ୍ଚା ବାହାର କରିଥିଲେ ସେମାନେ । ଏହି ସମୟରେ ବେଙ୍ଗାଲୁରୁ ପୋଲିସ ସେମାନଙ୍କୁ ଅଟକ ରଖିଥିବା ଜଣାପଡିଛି ।

ସୂଚନା ମୁତାବକ, କର୍ଣ୍ଣାଟକର ବିଦାରସ୍ଥିତ ଏକ ସ୍କୁଲରେ ସିଏଏ ବିରୋଧୀ ନାଟକ ପରିବେଷଣ କରାଯିବା ପରେ ଏହାକୁ ନେଇ ତୀବ୍ର ଉତ୍ତେଜନା ଦେଖାଦେଇଥିଲା । ଜଣେ ଏବିଭିପି କାର୍ଯ୍ୟକର୍ତ୍ତା ଏନେଇ ଅଭିଯୋଗ କରିଥିଲେ । ଏହାପରେ ସ୍କୁଲର ପ୍ରଧାନ ଶିକ୍ଷକ ଓ ଜଣେ ଛାତ୍ରଙ୍କ ମା’ଙ୍କୁ ପୋଲିସ ଗତ ଜାନୁୟାରୀ ୩୦ରେ ଗିରଫ କରିଥିଲା । କିନ୍ତୁ ପରେ ସେମାନଙ୍କୁ ସର୍ତ୍ତମୂଳକ ଜାମିନ ମଧ୍ୟ ଦିଆଯାଇଛି । ତେବେ ସ୍କୁଲ ବିରୋଧରେ ପୋଲିସ ଦେଶଦ୍ରୋହ ମାମଲା ଲଗାଇବାକୁ ପ୍ରୟାସ କରୁଛି । ଅପରପକ୍ଷରେ ପୋଲିସର ଏଭଳି କାର୍ଯ୍ୟାନୁଷ୍ଠାନକୁ ବିପକ୍ଷ ଦଳ କଡା ସମାଲୋଚନା କରୁଛି । ୟେଦୁରପ୍ପା ସରକାର ପୋଲିସର ଦୂରୁପଯୋଗ କରୁଥିବା ସେମାନେ ଅଭିଯୋଗ କରୁଛନ୍ତି ।

@ANI

ABOUT THE AUTHOR

...view details