ଗୌହାଟି: ଭାରତୀୟ ମୁଦ୍ରା ଛାଡି ଭୁଟାନର ଟଙ୍କା ଆପଣାଇଛନ୍ତି ଆସାମର ପାଖାପାଖି 42ଟି ଗାଁ। କେବଳ ଟଙ୍କା ନୁହେଁ, ଭୁଟାର ମୋବାଇଲ ନେଟୱାର୍କ ମଧ୍ୟ ବ୍ୟବହାର କରୁଛନ୍ତି ଏମାନେ । ଇଣ୍ଡୋ-ଭୁଟାନ ସୀମାରେ ଥିବା କୋକରଝର ଜିଲ୍ଲାର ଚାର୍ଲାପରା ଅଞ୍ଚଳରେ ଥିବା ଗାଁ ଗୁଡିକ ଭୁଟାନିଜ ଟଙ୍କା ବ୍ୟବହାର କରୁଛନ୍ତି ।
ଆସାମ ଗାଁରେ ଭୁଟାନ ଟଙ୍କା - village
ଭାରତରେ ଥାଇ ବ୍ୟବହାର କରୁଛନ୍ତି ଭୁଟାନର ମୁଦ୍ରା । ଏପରି 42ଟି ଗାଁ ରହିଛି ଆସାମରେ । ସେଠିକାର ଲୋକ ଭାରତୀୟ ଟଙ୍କା ବଦଳରେ ବ୍ୟବହାର କରିଥାନ୍ତି ଭୁଟାନର ଟଙ୍କା ।
![ଆସାମ ଗାଁରେ ଭୁଟାନ ଟଙ୍କା](https://etvbharatimages.akamaized.net/etvbharat/prod-images/768-512-3487748-thumbnail-3x2-currency.jpg)
ଫଟୋ ସୌଜନ୍ୟ : ବ୍ୟୁରୋ,ଇଟିଭି ଭାରତ
ଡିଜିଟାଲ ଯୁଗରେ ଏମାନେ ରାସ୍ତା ଓ ଟୋପାଏ ଭଲ ପାଣି ପାଇଁ କରୁଛନ୍ତି ସଂଘର୍ଷ । ଆଉ ଭଲ ନେଟୱାର୍କ ପାଇଁ ଭାରତ ବଦଳେ ନିର୍ଭର କରୁଛନ୍ତି ଭୁଟାନ ଉପରେ । ମୋଦି ସରକାରଙ୍କ ଡିଜିଟାଲାଇଜେସନ ସମୟରେ ଏମାନଙ୍କ ଅଞ୍ଚଳରେ ଦେଖାଦେଇନି କିଛି ପରିବର୍ତ୍ତନ ।
ମୋଦିଙ୍କ ବିମୁଦ୍ରୀକରଣ ବେଳେ ମଧ୍ୟ ଏଠିକାର ବାସିନ୍ଦାଙ୍କ ଉପରେ କୌଣସି ପ୍ରଭାବ ପଡିନଥିଲା। ଏମାନେ ସାଧାରଣ ଭାବେ ଜୀବନଯାପନ କରିବା ସହ ଟଙ୍କା ନେଣଦେଣ ମଧ୍ୟ ସହଜରେ କରିପାରୁଥିଲେ ।