ଓଡିଶା

odisha

ETV Bharat / bharat

ଘରେଘରେ ଫଳ ଓ ପନିପରିବା ଡେଲିଭରୀ କରିବେ ଛତିଶଗଡ ସରକାର - bhupesh badhel govt

ଲକଡାଉନ ସମୟରେ ପରିବା ଏବଂ ଫଳ ଡେଲିଭରୀ ପାଇଁ ଛତିଶଗଡର ମୁଖ୍ୟମନ୍ତ୍ରୀ ଭୁପେଶ ବାଗେଲ ନିଜ ବାସଭବନରେ ଗୁରୁବାର ଦିନ ଅନଲାଇନ୍ ଡେଲିଭରି ୱେବସାଇଟ୍ ‘Cghaat’କୁ ଉଦଘାଟନ କରିଛନ୍ତି।

new website
ଲୋକଙ୍କ ଘରେ ଫଳ ଓ ପନିପରିବା ଡେଲିଭରୀ କରିବେ ଛତିଶଗଡ ସରକାର

By

Published : Apr 17, 2020, 10:40 AM IST

ରାୟପୁର: ଲୋକଙ୍କୁ ଫଳ ଏବଂ ପରିବା ଯୋଗାଇବେ ଛତିଶଗଡ ସରକାର । ଲକଡାଉନ ସମୟରେ ଲୋକଙ୍କ ଘରକୁ ପରିବା ଏବଂ ଫଳ ଡେଲିଭରୀ ପାଇଁ ଛତିଶଗଡର ମୁଖ୍ୟମନ୍ତ୍ରୀ ଭୁପେଶ ବାଗେଲ ନିଜ ବାସଭବନରେ ଗୁରୁବାର ଦିନ ଅନଲାଇନ୍ ଡେଲିଭରି ୱେବସାଇଟ୍ ‘Cghaat’କୁ ଉଦଘାଟନ କରିଛନ୍ତି।

ଛତିଶଗଡ ସରକାରଙ୍କ ଏଜେନ୍ସି ଚିପ୍ସ ଦ୍ୱାରା ୱେବସାଇଟ୍ 'cghaat.in' ପ୍ରସ୍ତୁତ କରାଯାଇଛି। ଏହି ପୋର୍ଟାଲ୍ ମାଧ୍ୟମରେ ସେବା ଯୋଗାଇବାକୁ ଆଗ୍ରହୀ ଥିବା ଫଳ ଏବଂ ପନିପରିବା ବିକ୍ରେତାମାନେ ଅନଲାଇନ୍ ରେଜିଷ୍ଟ୍ରେସନ୍ କରିପାରିବେ । ଏଥିସହ ଜିଲ୍ଲାପାଳଙ୍କ ଅନୁମତି କ୍ରମେ ରଖାଯାଇଥିବା ଅନଲାଇନ୍ ଅର୍ଡର ଘରକୁ ବିତରଣ ଆରମ୍ଭ କରିପାରିବେ । ଏହି ସେବା ବିକ୍ରେତାମାନଙ୍କୁ ମାଗଣାରେ ଉପଲବ୍ଧ ।

ଏହି ପୋର୍ଟାଲରୁ କିଣିବାକୁ ଆଗ୍ରହୀ ଥିବା ଗ୍ରାହକମାନେ ମଧ୍ୟ ମାଗଣାରେ ପଞ୍ଜୀକୃତ ହୋଇ ନିଜ ପସନ୍ଦର ବିକ୍ରେତା ଚୟନ କରିପାରିବେ | ଫଳ ଏବଂ ପନିପରିବା ବ୍ୟତୀତ ଦୁଗ୍ଧ, ଖାଦ୍ୟ ସାମଗ୍ରୀ ଇତ୍ୟାଦି ଅନ୍ୟାନ୍ୟ ଜରୁରୀ ଜିନିଷ ମଧ୍ୟ ପୋର୍ଟାଲ ମାଧ୍ୟମରେ ବିକ୍ରି ହେବ ।

ତେବେ ଏହି ସେବା ବର୍ତ୍ତମାନ ପ୍ରଥମେ ଛତିଶଗଡ ରାଜଧାନୀ ରାୟପୁର ସହରରେ ଉପଲବ୍ଧ ହୋଇଛି । ଆଗକୁ ରାଜ୍ୟର ଅନ୍ୟାନ୍ୟ ବଡ ସହରରେ ଏହି ସେବା ଆରମ୍ଭ ହେବ । ତେବେ ଲୋକମାନଙ୍କୁ ଶାରୀରିକ ଦୂରତା ବଜାୟ ରଖିବାରେ ଏହି ପୋର୍ଟାଲ ସାହାଯ୍ୟ କରିବ । ଏହି ପୋର୍ଟାଲ ଦ୍ବାରା ଦୋକାନ ଗୁଡିକରେ ଭିଡ଼ କମିବ ।

ABOUT THE AUTHOR

...view details