ଭୋପାଳ: କୋଭିଡ୍ 19 ସଙ୍କଟ ମଧ୍ୟରେ ଭୋପାଳରେ ବଢୁଛି ମୋଦି ମାସ୍କର ଚାହିଦା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମୁହଁରେ ମୁଦ୍ରିତ ମାସ୍କଗୁଡ଼ିକର ଏବେ ମଧ୍ୟ୍ୟପ୍ରଦେଶରେ ଡିମାଣ୍ଡ ରହିଛି। ସହରର ଜଣେ ବ୍ୟବସାୟୀ ପ୍ରଧାନମନ୍ତ୍ରୀଙ୍କ ମୁହଁର ଅବିକଳ ନକଲ କରି ଏଥିରେ କପଡା ତିଆରି ମାସ୍କ ବିକ୍ରି କରୁଛନ୍ତି । ଏବଂ ଏଥିରେ ଅନ୍ୟ ରାଜନୈତିକ ନେତାମାନେ ମୁହଁ ଚିତ୍ରିତ ହୋଇଛି। ଏହି ଫେସ୍ ମାସ୍କଗୁଡ଼ିକରେ ବ୍ୟକ୍ତିର ମୁହଁର ଅଧାଅଂଶକୁ ଆବୃତ୍ତ କରୁଛି।
" ମୁଁ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରାୟ 500-1,000 ମୋଦୀ ମାସ୍କ ବିକ୍ରି କରିସାରିଛି ଏବଂ ଏହାର ଚାହିଦା ଅଧିକ ଅଟେ। ମୋଦି ଜି ଙ୍କ ମୁହଁର ମାସ୍କ ଉପରେ ମୁଁ ଭଲ ପ୍ରତିକ୍ରିୟା ପାଇଛି। ଆମ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଫେସକୁ ନେଇ ମୁଦ୍ରିତ ମାସ୍କଗୁଡ଼ିକ ମଧ୍ୟ ଲୋକପ୍ରିୟ ଅଟେ।