ଓଡିଶା

odisha

ETV Bharat / bharat

ରହସ୍ୟମୟ ଭୂତ ମେଳା, ରାତିର ଅନ୍ଧକାରରେ ରାଜ କରନ୍ତି ସୈତାନ - madhya pradesh malajpur

ମେଳା ତ ଅନେକ ଦେଖିଥିବେ ହେଲେ କେବେ ଭୂତ ମେଳା କଥା ଶୁଣିଛନ୍ତି କି ? ଯେଉଁଠି ରାତ୍ରିର ଅନ୍ଧକାରରେ ଚାଲେ ଭୂତଙ୍କ ମେଳି। ହେଲେ କାହିଁକି ଓ କେଉଁଠି କରାଯାଏ ଏହି ରହସ୍ୟମୟ ମେଳା ଜାଣନ୍ତୁ। ଅଧିକ ଖବର ପଢନ୍ତୁ...

ରହସ୍ୟମୟ ଭୂତ ମେଳା, ରାତିର ଅନ୍ଧକାରରେ ରାଜ କରନ୍ତି ସୈତାନ
ରହସ୍ୟମୟ ଭୂତ ମେଳା, ରାତିର ଅନ୍ଧକାରରେ ରାଜ କରନ୍ତି ସୈତାନ

By

Published : Oct 19, 2020, 2:32 PM IST

Updated : Oct 19, 2020, 3:17 PM IST

ଅଶରୀର ଓ ଆତ୍ମମାନଙ୍କ କଥା ପଡିଲେ ଲୋମ ଟାଙ୍କୁରୀ ଉଠେ। କିଟିକିଟ ଅନ୍ଧାର ବିକଟାଳ ସ୍ବର, ମଣିଷ ପରି ଛାଇ ପଡିଲେ ଲୋକ ମୂର୍ଚ୍ଛା ହୋଇଯାଆନ୍ତି। ତେବେ ଭୂତ,ପ୍ରେତ ଓ ଡାହାଣୀ,ଚିରୁକୁଣୀଙ୍କ ଅସ୍ତିତ୍ବକୁ ଲୋକେ ଏବେ ବି ମାନୁଛନ୍ତି। ତେବେ ଭାରତରେ ସବୁ ବେଳେ ଲାଗି ରହିଥାଏ ଯାନୀଯାତ୍ରା ଓ ମେଳା ମହୋତ୍ସବ। ହେଲେ କେବେ ଶୁଣିଛନ୍ତି ଏହି ସମସ୍ତ ଅଶରୀରଙ୍କ ପାଇଁ କୌଣସି ମେଳା ହେବାର। ସେ ପୁଣି ଏମିତି ସେମିତି ମେଳା ନୁହେଁ ଯାହାର ନାଁ ହେଉଛି ଭୂତ ମେଳା।

ଏଠି ରାତ୍ରିର ଅନ୍ଧକାରରେ ରାଜ କରନ୍ତି ଭୂତମାନେ। ଏଠି ଭୂତଙ୍କ ମେଳି ହେବା ସହ ସବୁଠାରୁ ପ୍ରସିଦ୍ଧ ଅଟେ ଏହି ମେଳା। ଏହି ମେଳା ପ୍ରତିବର୍ଷ ମଧ୍ୟ ପ୍ରଦେଶର ମଲାଜପୁର ଗାଁରେ ଆୟୋଜନ କରାଯାଇଥାଏ। ମଲାଜପୁରର ଭୂତ ମେଳା ବିଗତ ୪୦୦ ବର୍ଷ ଧରି ଏଠାରେ ଅସ୍ତିତ୍ୱରେ ରହିଛି। ବର୍ଷରେ ପାଖାପାଖି ୩ ସପ୍ତାହ ଧରି ଚାଲୁଥିବା ଏହି ମେଳାରେ ଲୋକମାନେ ଦୁଷ୍ଟ ଆତ୍ମା ଓ ସୈତାନମାନଙ୍କ ନିକଟତର ହୁଅନ୍ତି।

'ମଲାଜପୁର ଘୋଷ୍ଟ ଫେୟାର'ର କାହାଣୀ ପଛରେ ରହିଛି ୧୮ଶ ଶତାବ୍ଦୀର ଇତିହାସ। ଶୁଣିବାକୁ ମିଳେ, ଯାଦୁ ଶକ୍ତିର ଅଧିକାରୀ ଦେବଜୀ ମହାରାଜ ନାମକ ଜଣେ ବ୍ୟକ୍ତି ଗାଁ ପରିଭ୍ରମଣରେ ଆସିଥିଲେ। ସ୍ଥାନୀୟ ଲୋକଙ୍କ କହିବାନୁସାରେ, ତାଙ୍କ ପାଖରେ କିଛି ଅଦ୍ଭୁତ ଶକ୍ତି ଥିଲା, ଯାହା ମାଧ୍ୟମରେ ସେ ବିଭିନ୍ନ ଖାଦ୍ୟ ପଦାର୍ଥକୁ ପରିବର୍ତ୍ତନ କରି ଲୋକଙ୍କୁ ଖାଇବାକୁ ଦେଉଥିଲେ।

ପ୍ରତିବର୍ଷ ହଜାର ହଜାର ଲୋକ ଏଠାକୁ ଆସିଥାଆନ୍ତି। ଏଠାରେ ପୁରୁଷ ଓ ମହିଳାଙ୍କ ଅଦ୍ଭୁତ ହିଂସ୍ର କାଯ୍ୟର୍କଳାପ ଦେଖିବାକୁ ପାଆନ୍ତି। ମେଳାରେ ଉପସ୍ଥିତ ପୂଜାରୀ ଆତ୍ମା ସବାର ଥିବା ଏହି ପୁରୁଷ ଓ ମହିଳାମାନଙ୍କ କେଶକୁ ଜୋରରେ ଭିଡ଼ିଥାଆନ୍ତି ଏବଂ ଭୂତ ବାହାର କରିବା ପାଇଁ ଝାଡ଼ୁ ପ୍ରହାର ମଧ୍ୟ ଦେଇଥାଆନ୍ତି। ଭୂତ ମେଳାରେ ପୂଜାରୀ ଆତ୍ମା ସବାର ଥିବା ପୁରୁଷ ଓ ମହିଳାମାନଙ୍କୁ ଅଜବ ପ୍ରଶ୍ନ ପଚାରିଥାଆନ୍ତି। ଏହାସହ ଅତି ଅଦ୍ଭୁତ ପ୍ରକାର ଅଙ୍ଗଭଙ୍ଗୀ କରନ୍ତି। ଏହି ସମୟରେ ସେ ଏପରି ସାଧନା କରନ୍ତି, ଯେପରି ଏହା ମାଧ୍ୟମରେ ଭୂତପ୍ରେତ ଶରୀର ଛାଡ଼ି ଚାଲିଯିବେ।

ତେବେ ବାସ୍ତବ କଥା ହେଉଛି, ମଲାଜପୁର ଭୂତ ମେଳା ଏଠାକାର ଏକ ପୁରୁଣା ପ୍ରଥା। ଏହାକୁ ରୋକ ଲଗାଇବା ପାଇଁ ଅନେକ ଅନୁଷ୍ଠାନ ଚେଷ୍ଟା ଜାରି ରଖିଛନ୍ତି। ଏହି ସ୍ଥାନକୁ ଆସୁଥିବା ପୁରୁଷ ଓ ମହିଳାଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ମାନସିକ ରୋଗୀ ବୋଲି ବିରୋଧ କରୁଥିବା ଅନୁଷ୍ଠାନ ମାନେ ଯୁକ୍ତି ବାଢିଛନ୍ତି। ହେଲେ ଏ ପଯ୍ୟର୍ନ୍ତ କେହି ଏ ଦିଗରେ ଉଚିତ ପଦକ୍ଷେପ ଗ୍ରହଣ କରିନାହାଁନ୍ତି। ତେବେ ବିଂଶ ଶତାଦ୍ଧୀର ବିଜ୍ଞାନ ଯୁଗରେ ଏଭଳି ଏକ କୁପ୍ରଥା ବାସ୍ତବରେ ହାସ୍ୟସ୍ପଦ।

Last Updated : Oct 19, 2020, 3:17 PM IST

ABOUT THE AUTHOR

...view details