ହାଇଦ୍ରାବାଦ: ସ୍ବାଧିନ ଭାରତର ସେ ଥିଲେ ପ୍ରଥମ ଆଇନମନ୍ତ୍ରୀ । ଆଧୁନିକ ବୌଦ୍ଧ ଆନ୍ଦୋଳନର ସେନାପତି । ଆଜି ସେହି ସମସ୍ତଙ୍କ ନିକଟରେ ପରିଚିତ । ଛୁଆଁଅଛୁଆଁ, ଜାତିଭେଦ, ଗରିବ, ଦଳିତ ଓ ଶୋଷିତଙ୍କ ଅଧିକାର ସଂର୍ଘଷ କରିଥିଲେ ସେ । ଆଉ ରଚିଥିଲେ ଭାରତୀୟ ସମ୍ବିଧାନ । ସେହି କେହି ନୁହଁନ୍ତି ଡ. ଭୀମରାଓ ରାମଜୀ ଆମ୍ବେଦକର । ଏହି ବରେଣ୍ୟ ବ୍ୟକ୍ତିଙ୍କ ଆଜି ହେଉଛି ଜନ୍ମ ଜୟନ୍ତୀ । ଠିକ ଆଜିର ଦିନରେ ପରାଧିନ ଭାରତର ଏକ ଅଛୁଆ କୁହାଯାଉଥିବା 'ମହାର' ପରିବାର ଜନ୍ମ ଗ୍ରହଣ କରିଥିଲେ । ଆଜି ତାଙ୍କୁ ମନେ ପକାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ବିଟରରେ ଏକ ଭିଡିଓ ସେୟାର କରି ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି ।
ବାବା ସାହେବଙ୍କ ନାମରେ ପ୍ରସିଦ୍ଧ ଆମ୍ବେଦକର ଜୀବନ ଥିଲା ବହୁ ସଂର୍ଘଷରତ । ଅଛୁଆ ବର୍ଗରେ ଜନ୍ମ ହେଉଥିବା ସ୍କୁଲର ତାଙ୍କୁ ଅଲଗା ବସିବାକୁ ପଡିଥିଲା । ଏପରିକି ପାଣି ମଧ୍ୟ ଆଞ୍ଜୁଳାରେ ପିଇବାକୁ ପଡିଥିଲା । ହେଲେ ତାଙ୍କ ନିକଟରେ ଧୈର୍ଯ୍ୟର ସୀମା ଅଶେଷ । ସବୁ ଅପମାନକୁ ସହ୍ୟ କରି ସେ ପଢିଥିଲେ ଏବଂ ଉତ୍ତୋରତର ଉନ୍ନତି ମଧ୍ୟ କରିଥିଲେ ।