ଓଡିଶା

odisha

ETV Bharat / bharat

ଭିମା କୋରେଗାଁ ହିଂସା ମାମଲା: ଆଉ ଜଣେ ଅଭିଯୁକ୍ତ ଗିରଫ - arrest

ଭିମା କୋରେଗାଁ ହିଂସା ମାମଲାରେ ଅନ୍ୟଜଣେ ଅଭିଯୁକ୍ତ ଗିରଫ ହୋଇଛନ୍ତି । ଗିରଫ ଅଭିଯୁକ୍ତ ହେଉଛନ୍ତି ଆନନ୍ଦ ଟାଲଟୁମ୍ବଡେ । ଶନିବାର ସକାଳୁ ତାଙ୍କୁ ଗିରଫ କରିଛି ପୁନେ ପୋଲିସ ।

ଫଟୋ ସୌଜନ୍ୟ: ଏଏନଆଇ

By

Published : Feb 2, 2019, 9:24 AM IST

ପୁନେ: ଭିମା କୋରେଗାଁ ହିଂସା ମାମଲାରେ ଅନ୍ୟଜଣେ ଅଭିଯୁକ୍ତ ଗିରଫ ହୋଇଛନ୍ତି । ଗିରଫ ଅଭିଯୁକ୍ତ ହେଉଛନ୍ତି ଆନନ୍ଦ ଟାଲଟୁମ୍ବଡେ । ଶନିବାର ସକାଳୁ ତାଙ୍କୁ ଗିରଫ କରିଛି ପୁନେ ପୋଲିସ ।

ଶୁକ୍ରବାର ପୁନେ ସେକ୍ସନ କୋର୍ଟ ଅଗ୍ରିମ ବେଲ ଆବେଦନକୁ ଅଗ୍ରାହ୍ୟ କରିଥିଲେ । ଘଟଣାର ତଦନ୍ତ କରୁଥିବା ଅଧିକାରୀଙ୍କ ପାଖରେ ଯଥେଷ୍ଟ ପ୍ରମାଣ ରହିଛି । ଏହି ସମୟରେ ଅଭିଯୁକ୍ତଙ୍କୁ ନେଇ ତଦନ୍ତ ହେବାର ଆବଶ୍ୟକତା ରହିଛି ବୋଲି କହିଥିଲେ ଅଦାଲତ । ଆଜି ଅନ୍ୟ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ମୁମ୍ବାଇର ବିଲେ ପାର୍ଲେ ପୋଲିସ ଷ୍ଟେସନରେ ତାଙ୍କୁ ରଖାଯାଇଛି ।

ସୂଚନାଯୋଗ୍ୟ, ଚଳିତ ବର୍ଷ ଜାନୁଆରୀରେ ଭୀମା କୋରେଗାଁ ସଂଗ୍ରାମର 200 ବର୍ଷ ପାଳନ କରାଯାଉଥିଲା । ଏହି ଅବସରରେ ବ୍ୟାପକ ହିଂସା ଘଟି ଜଣଙ୍କର ମୃତ୍ୟୁ ହେବାସହ ଅନେକ ଲୋକ ଆହତ ହୋଇଥିଲେ ।


ABOUT THE AUTHOR

...view details