ନୂଆଦିଲ୍ଲୀ: ତିହାର ଜେଲରୁ ମୁକୁଳିଲେ ଭୀମ ଆର୍ମି ମୁଖ୍ୟ ଚନ୍ଦ୍ର ଶେଖର ଆଜାଦ । ବୁଧବାର ଦିଲ୍ଲୀ ତୀସ ହଜାରୀ କୋର୍ଟ ଆଜାଦଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଥିଲେ । ଗତ ବର୍ଷ 21 ଡିସେମ୍ବରରୁ ଦରିୟାଗଞ୍ଜ ହିଂସା ମାମଲାରେ ଗିରଫ ହୋଇ ଜେଲରେ ଥିଲେ ଆଜାଦ ।
ତିହାର ଜେଲରୁ ମୁକୁଳିଲେ ଭୀମ ଆର୍ମି ଚିଫ ଆଜାଦ - Chandrashekhar Azad released from Tihar Jail.
ତିହାର ଜେଲରୁ ମୁକୁଳିଲେ ଭୀମ ଆର୍ମି ମୁଖ୍ୟ ଚନ୍ଦ୍ର ଶେଖର ଆଜାଦ । ଗତ ବର୍ଷ 21 ଡିସେମ୍ବରରୁ ଦରିୟାଗଞ୍ଜ ହିଂସା ମାମଲାରେ ଗିରଫ ହୋଇ ଜେଲରେ ଥିଲେ ଆଜାଦ । ଅଧିକ ପଢନ୍ତୁ...
ସିଏଏ ବିରୋଧୀ ବିକ୍ଷୋଭ ସମୟରେ ଦରିୟାଗଞ୍ଜ ହିଂସା ଉସକାଇବା ଅଭିଯୋଗରେ ଦିଲ୍ଲୀ ପୋଲିସ ଚନ୍ଦ୍ରଶେଖର ଆଜାଦଙ୍କୁ 21 ଡିସେମ୍ବରରେ ଗିରଫ କରିଥିଲା । 20 ଡିସେମ୍ବର ଦିଲ୍ଲୀର ଜାମା ମସଜିଦ ପରିସରରେ ନାଗରିକତା ସଂଶୋଧନ ଆଇନକୁ ବିରୋଧ କରି ପ୍ରଦର୍ଶନ ଚାଲିଥିଲା ଏବଂ ସନ୍ଧ୍ୟା ସମୟରେ ଦରିୟାଗଞ୍ଜରେ ହିଂସା ବଢିଯାଇଥିଲା । ଏଥିରେ ଚନ୍ଦ୍ରଶେଖରଙ୍କ ହାତ ଥିବା ଅଭିଯୋଗ ରହିଛି ।
ଚନ୍ଦ୍ରଶେଖର ଆଜାଦ ତଳକୋର୍ଟରେ ଜାମିନ ଆବେଦନ କରିଥିଲେ । ତାଙ୍କ ଯାଚିକା ଉପରେ ମଙ୍ଗଳବାର ଶୁଣାଣି ହୋଇଥିଲା । ଶୁଣାଣି ସମୟରେ ଅତିରିକ୍ତ ସରକାରୀ ଓକିଲ ପଙ୍କଜ ଭାଟିଆ ପୋଲିସ ପକ୍ଷରୁ ଜାମିନ ଆବେଦନର ବିରୋଧ କରିଥିଲେ । ଏହାସହ ଆଜାଦ ଜାମା ମସଜିଦ ପରିସରରେ ହିଂସା ଉସକାଇବା ପରି ଭାଷଣ ଦେଇଥିବା କହିଥିଲେ ପଙ୍କଜ ।