ଓଡିଶା

odisha

ଆଜାଦଙ୍କ ଜାମିନ ସର୍ତ୍ତ କୋହଳ ମାମଲା; ଘୁଞ୍ଚିଲା ଶୁଣାଣି

By

Published : Jan 18, 2020, 3:12 PM IST

ଭୀମ ଆର୍ମି ପ୍ରମୁଖ ଚନ୍ଦ୍ର ଶେଖର ଆଜାଦଙ୍କ ପାଇଁ କଡା ସର୍ତ୍ତ ରଖିଛନ୍ତି ଦିଲ୍ଲୀ କୋର୍ଟ। ସର୍ତ୍ତ କୋହଳ ପାଇଁ ହୋଇଥିବା ଆବେଦନର ଶୁଣାଣିକୁ ଘୁଞ୍ଚାଇ ଦେଇଛନ୍ତି ଅଦାଲତ।

Bhim Army Chief Chandrashekhar Azad
Bhim Army Chief Chandrashekhar Azad

ନୂଆଦିଲ୍ଲୀ: ଭୀମ ଆର୍ମି ପ୍ରମୁଖ ଚନ୍ଦ୍ରଶେଖର ଆଜାଦ ଶନିବାର ଜାମା ମସଜିଦ ଆଗରେ ହଜାର ହଜାର ଲୋକଙ୍କ ସମ୍ମୁଖରେ ସମ୍ବିଧାନ ପଢିଛନ୍ତି। ତାଙ୍କୁ ଜାମିନ ମିଳିବା ପରେ ଏହା ଆଜଦଙ୍କ ଏକ ବଡ କାର୍ଯ୍ୟକ୍ରମ ଥିଲା। ଏହି ସମୟରେ ହଜାର ହଜାର ଲୋକ ଉପସ୍ଥିତ ଥିଲେ ।


ଚନ୍ଦ୍ରଶେଖର ଆଜାଦଙ୍କୁ ଜାମିନ ଦେବା ସମୟରେ କୋର୍ଟ ଦିଲ୍ଲୀ ଛାଡିବା ପାଇଁ କହିଥିଲେ। ଦିଲ୍ଲୀ ଛାଡିବାର ସମୟ ଆସିବା ପୂର୍ବରୁ ଆଜାଦ ଜାମା ମସଜିଦ ସିଡିରେ ବସି ବିକ୍ଷୋଭକାରୀଙ୍କ ସହ ସମ୍ବିଧାନ ପାଠ କରିଛନ୍ତି।

ପୂର୍ବରୁ ବିକ୍ଷୋଭ ପାଇଁ ଆଜାଦଙ୍କୁ ଡିସେମ୍ବର 21ରେ ଦିଲ୍ଲୀ ପୋଲିସ ଗିରଫ କରିଥିଲା। ସେପଟେ ଦିଲ୍ଲୀ କୋର୍ଟ ଜାମିନ ଦେବାବେଳେ ରଖିଥିବା ସର୍ତ୍ତ କୋହଳ ପାଇଁ ଆଜାଦ ଦିଲ୍ଲୀ ତିସ ହଜାରୀ କୋର୍ଟରେ କରିଥିବା ଆବେଦନ ଉପରେ ଆଜି ଶୁଣାଣି ହେବାର ଥିଲା।

ହେଲେ ଏହାକୁ ଶନିବାର ଅତିରିକ୍ତ ସେସନ ଜଜ କାମିନୀ ଲାଁ ଜାନୁୟାରୀ 21 ତାରିଖକୁ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିଛନ୍ତି। ଏହାସହ ଆଜାଦଙ୍କ ସମ୍ପୂର୍ଣ୍ଣ ତଥ୍ୟ ଦାଖଲ କରିବାକୁ ଦିଲ୍ଲୀ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି।

ABOUT THE AUTHOR

...view details