ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନକୁ ନେଇ ସାରା ଦେଶରେ ବିରୋଧର ସ୍ଥିତି । ପ୍ରଥମେ ରାସ୍ତାରେ ହିଂସା ପ୍ରଦର୍ଶନ କରି ଜେଲଯାଇ ସେଠାରୁ ମୁକୁଳିବା ପରେ ଭୀମ ଆର୍ମି ଚିଫ ଚନ୍ଦ୍ର ଶେଖର ଆଜାଦ ଏବେ ଏହି ଆଇନ ବିରୁଦ୍ଧରେ ସୁପ୍ରିମକୋର୍ଟରେ ପହଞ୍ଚିଛନ୍ତି । ବୁଧବାର ଚନ୍ଦ୍ରଶେଖର ସିଏଏ ବିରୁଦ୍ଧରେ ସୁପ୍ରିମକୋର୍ଟରେ ଯାଚିକା ଦାଖଲ କରିଛନ୍ତି । ଏହାସହ ଏହି ଆଇନ ଏସସି/ଏସଟି ଅଧିନିୟମର ଉଲଙ୍ଘନ କରୁଛି ବୋଲି ଅଭିଯୋଗ କରିଛନ୍ତି ଆଜାଦ ।
CAA ବିରୁଦ୍ଧରେ ସୁପ୍ରମିକୋର୍ଟରେ ପହଞ୍ଚିଲେ ଭୀମଆର୍ମି ଚିଫ୍ - bhim army on caa
ନାଗରିକତା ସଂଶୋଧନ ଆଇନ ନେଇ ସୁପ୍ରିମକୋର୍ଟରେ ପହଞ୍ଚିଛନ୍ତି ଭୀମଆର୍ମି ଚିଫ୍ ଚନ୍ଦ୍ର ଶେଖର ଆଜାଦ । ଏହି ଆଇନ ଏସସି/ଏସଟି ଅଧିନିୟମର ଉଲଙ୍ଘନ କରୁଛି ବୋଲି ଅଭିଯୋଗ କରିଛନ୍ତି ଆଜାଦ । ଅଧିକ ପଢନ୍ତୁ...
CAA ବିରୁଦ୍ଧରେ ସୁପ୍ରମିକୋର୍ଟ ପହଞ୍ଚିଲେ ଭୀମଆର୍ମି ଚିଫ୍
ଭୀମ ଆର୍ମି ଚିଫ ବାରମ୍ବାର ଏହି ନାଗରିକତା ସଂଶୋଧନ ଆଇନର ବିରୋଧ କରିଆସୁଛନ୍ତି । ଅନ୍ୟପକ୍ଷେ ବୁଧବାର ସୁପ୍ରିମକୋର୍ଟରେ ଏହି ଆଇନକୁ ନେଇ ଦାଖଲ କରାଯାଇଥିବା 144 ଯାଚିକା ଉପରେ ଶୁଣାଣି ହୋଇଛି । ତେବେ ଚନ୍ଦ୍ରଶେଖରଙ୍କ ଯାଚିକା ଏ ସମସ୍ତଠାରୁ ଭିନ୍ନ ।
ପୂର୍ବରୁ ଚନ୍ଦ୍ରଶେଖର ଜାମା ମସଜିଦରେ ସିଏଏ ବିରୁଦ୍ଧରେ ହେଉଥିବା ପ୍ରଦର୍ଶନରେ ସାମିଲ ହୋଇଥିଲେ । ଏହାପରେ ଦିଲ୍ଲୀ ପୋଲିସ ତାଙ୍କୁ ଗିରଫ କରିଥିଲା । କିଛି କିଛି ଦିନ ତିହାର ଜେଲରେ ରହିବା ପରେ ନିକଟରେ କୋର୍ଟ ଆଜାଦଙ୍କୁ ସର୍ତ୍ତମୂଳକ ଜାମିନ ଦେଇଛନ୍ତି ।