କୋଲକାତା: ଦେଶରେ ମୋଟାମୋଟି ଭାବେ ଲୋକସଭା ନିର୍ବାଚନ ସରିଥିବା ବେଳେ ପଶ୍ଚିମବଙ୍ଗରେ ଦେଖାଦେଇଥିଲା ସର୍ବାଧିକ ହଂସା। ତେବେ ଭୋଟ ଗଣତି ବେଳେ ମଧ୍ୟ ପଶ୍ଚିମବଙ୍ଗରେ ହିଂସା ଘଟିପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି । ତେଣୁ ଆଗୁଆ ପଦକ୍ଷେପ ପାଇଁ ପଶ୍ଚିମବଙ୍ଗର ଭାଟାପାରାରେ ଧାରା-144 ଜାରି ହୋଇଛି ।
ଗଣତି ଦିନ ପଶ୍ଚିମବଙ୍ଗରେ ହିଂସା ଆଶଙ୍କା, ଭାଟାପାରାରେ 144 ଧାରା ଜାରି
ନିର୍ବାଚନ ଫଳାଫଳ ସମୟରେ ପଶ୍ଚିମବଙ୍ଗରେ ହିଂସା ଘଟିପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି । ତେଣୁ ଆଗୁଆ ପଦକ୍ଷେପ ସ୍ବରୂପ ପଶ୍ଚିମବଙ୍ଗର ଭାଟାପାରାରେ ଧାରା-144 ଜାରି ହୋଇଛି ।
ଲୋକସଭା ନିର୍ବାଚନ ସହ ଭାଟାପାରାରେ ବିଧାନସଭା ପାଇଁ ମଧ୍ୟ ଉପନିର୍ବାଚନ ହୋଇଥିଲା । ଏହି ସମୟରେ ତୃଣମୂଳ କଂଗ୍ରେସ ପ୍ରାର୍ଥୀ ମଦନ ମିଶ୍ରାଙ୍କ ଏକ ଭିଡିଓ ଭାଇରାଲ ହୋଇଥିଲା । ସେଥିରେ ସେ କାନ୍ଦ୍ରୀୟ ସୁରକ୍ଷା ବଳର ଜଣେ ଯବାନଙ୍କ ସହ ଝଗଡା କରୁଥିଲେ । ତେବେ ଏହି ଆସନରେ ସେ ବିଜେପି ନେତା ପବନ ସିଂହଙ୍କ ବିପକ୍ଷରେ ମୈଦାନକୁ ଓହ୍ଲାଇଥିବା ବେଳେ ନିର୍ବାଚନର ଦିନକ ପୂର୍ବରୁ ଏଠାରେ ପ୍ରବଳ ହିଂସା ଦେଖାଦେଇଥିଲା ।
ସୂଚନା ଯୋଗ୍ୟ ଯେ, ଲୋକସଭା ନିର୍ବାଚନ ସମୟରେ ମଧ୍ୟ ପଶ୍ଚିମବଙ୍ଗରେ ଲଗାତାର ହିଂସା ଦେଖାଦେଇଥିଲା । ଅନେକ ସ୍ଥାନରେ ବୁଥକୁ ଟାର୍ଗେଟ କରି ବୋମା ମାଡ କରାଯାଥିଲା ।