ଓଡିଶା

odisha

ETV Bharat / bharat

ଗୁଜୁରାଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା: ଟ୍ୟାଙ୍କରକୁ ପିଟିଲା ବସ, 3 ମୃତ - 3 died in bus accident

ଗୁଜୁରାଟ ଲୁୱାରାର ବାହରୁଚସ୍ଥିତ ଏନଏଚ 48ରେ ଏକ ଟ୍ୟାଙ୍କର ସହ ଅନ୍ୟ ଏକ ବସ ପିଟି ହେବାରୁ 3 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 10ରୁ ଉର୍ଦ୍ଧ୍ବ ଆହତ ହୋଇଛନ୍ତି। ଅଧିକ ପଢନ୍ତୁ...

3 died in bus accident
ଗୁଜୁରାଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା: ଟ୍ୟାଙ୍କରକୁ ପିଟିଲା ବସ, 3 ମୃତ

By

Published : Jan 20, 2020, 12:45 PM IST

ଗାନ୍ଧୀନଗର: ଏକ ଟ୍ୟାଙ୍କର ସହ, ଅନ୍ୟ ଏକ ବସ ପିଟି ହେବାରୁ ଘଟଣାସ୍ଥଳରେ 3 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ, 10ରୁ ଊର୍ଦ୍ଧ୍ ଗୁରୁତର ହୋଇଛନ୍ତି। ଏହି ଦୁର୍ଘଟଣା ଘଟିଛି ଗୁଜୁରାଟର ଲୁୱାରା ନିକଟସ୍ଥ ବାହରୁଚସ୍ଥିତ 48ନଂ ଜାତୀୟ ରାଜପଥରେ। ଗତକାଲି ବିଳମ୍ବିତ ରାତିରେ ଏହି ବସଟି ଭଦୋଦରା ଯାଉଥିବା ବେଳେ ଓଭରଟେକ କରିବା ସମୟରେ ଭାରସାମ୍ୟ ହରାଇ ଟ୍ୟାଙ୍କରଙ୍କ ସହ ଧକ୍କା ହୋଇଥିଲା।

ଗୁଜୁରାଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା: ଟ୍ୟାଙ୍କରକୁ ପିଟିଲା ବସ, 3 ମୃତ

ଯାହା ଫଳରେ ବସର ସାମ୍ନା ଭାଗ ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ରୁଜି ଚୁରମାର ହୋଇ ଯାଇଥିଲା। ଏହି ଦୁର୍ଘଟଣା ଘଟିବା ପରେ ତତକ୍ଷଣାତ ଆମ୍ବୁଲାନ୍ସ ଯୋଗେ ଆହତଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧିନ ଅବସ୍ଥାରେ 3 ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଏହାର ତଦନ୍ତ କରୁଛି।

ABOUT THE AUTHOR

...view details