ଓଡିଶା

odisha

ETV Bharat / bharat

ଅଯୋଧ୍ୟା ମାମଲାର 5 ବିଚାରପତିଙ୍କୁ ମିଳୁ 'ଭାରତରତ୍ନ': ବିଜେପି ବିଧାୟକ

ସବୁବେଳେ ନିଜ ବୟାନକୁ ନେଇ ଚର୍ଚ୍ଚାରେ ରହୁଥିବା ବିଜେପି ବିଧାୟକ ସୁରେନ୍ଦ୍ର ସିଂହ ଅଯୋଧ୍ୟା ଶୁଣାଣି କରିଥିବା 5ଜଣ ବିଚାରପତିଙ୍କୁ ଭାରତରତ୍ନ ପ୍ରଦାନ କରିବାକୁ ଦାବି କରିଛନ୍ତି ।

ବିଚାରପତିଙ୍କୁ ମିଳୁ 'ଭାରତରତ୍ନ'

By

Published : Nov 12, 2019, 3:25 AM IST

ବଲିଆ: ଅଯୋଧ୍ୟା ମାମଲାର ଶୁଣାଣି କରିଥିବା ବିଚାରପତିଙ୍କୁ 'ଭାରତରତ୍ନ' ଦାବି । ସବୁବେଳେ ନିଜ ବୟାନକୁ ନେଇ ଚର୍ଚ୍ଚାରେ ରହୁଥିବା ବିଜେପି ବିଧାୟକ ସୁରେନ୍ଦ୍ର ସିଂହ ଅଯୋଧ୍ୟା ଶୁଣାଣି କରିଥିବା 5ଜଣ ବିଚାରପତିଙ୍କୁ ଭାରତରତ୍ନ ପ୍ରଦାନ କରିବାକୁ ଦାବି କରିଛନ୍ତି ।

ଅଯୋଯ୍ୟାକୁ ନେଇ ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟରେ ସର୍ବୋଚ୍ଚ ନ୍ୟାୟଳୟର ପ୍ରଧାନ ବିଚାରପତି ଜଷ୍ଟିସ୍ ରଞ୍ଜନ ଗୋଗୋଇ, ଜଷ୍ଟିସ ଏସଏ ବୋବଡେ, ଜଷ୍ଟିସ୍‌ ଡିୱାଇ ଚନ୍ଦ୍ରଚୂଡ଼, ଜଷ୍ଟିସ ଅଶୋକ ଭୂଷଣ ଏବଂ ଏସ ଅବ୍ଦଉଲ ନଜୀରଙ୍କା ଦ୍ବାରା ଗଠିତ 5 ଜଣିଆ ଖଣ୍ଡପୀଠଙ୍କୁ ଭାରତରତ୍ନରେ ସମ୍ମାନୀତ କରିବାକୁ ଦାବି କରିଛନ୍ତି ।

ବୋରିଆ ଜିଲ୍ଲାର ବୈରିୟା କ୍ଷେତ୍ରରୁ ବିଧାୟକ ସୁରେନ୍ଦ୍ର ସିଂହ ସୋମବାର କହିଛନ୍ତି ଯେ, ସୁପ୍ରିମକୋର୍ଟର 5 ଜଣ ନ୍ୟାୟଧୀଶ ଅଯୋଧ୍ୟା ରାମ ମନ୍ଦିର ମାମଲାରେ ଐତିହାସିକ ନିଷ୍ପତିରୁ ଦେଶର 130 କୋଟି ଲୋକ ଖୁସି ଅଛନ୍ତି । ଦେଶର ଗଣତନ୍ତ୍ର ଇତିହାସରେ ଏହା ପ୍ରଥମ ଘଟଣା । ଯେଉଁଥିରେ ସବୁଲୋକେ ବିଚାରପତିଙ୍କ ରାୟକୁ ସ୍ବାଗତ କରିବା ସହ ସର୍ବସମ୍ମତି ଦେଇଛନ୍ତି ।

ତେଣୁ ଏମିତି ନିଷ୍ପତି ନେଇଥିବା ନ୍ୟାୟଧୀଶଙ୍କ ବାସ୍ତବରେ ଆମ ଦେଶ ପାଇଁ ରତ୍ନ । ତେଣୁ ଏ ସମସ୍ତଙ୍କୁ ଦେଶର ସର୍ବୋଚ୍ଚ ସମ୍ମାନ ଭାରତରତ୍ନରେ ସମ୍ମାନୀତ କରାଯିବା ଉଚିତ । ସିଂହ ଏଆଇଏମଆଇଏମ ନେତା ଅସଉଦ୍ଦିନ ଅୱେସିଙ୍କୁ ଦେଶର ଏକମାତ୍ର ବାବର ବଂଶଜ କହିବା ସହ କହିଛନ୍ତି ଯେ, ଅଯୋଧ୍ୟା ମାମଲାରେ ନ୍ୟାୟଳୟଙ୍କ ନିଷ୍ପତିର ସମ୍ମାନ ନକରିବା ସହ ୱବେଶୀଙ୍କୁ ରାଷ୍ଟ୍ର ବିରୋଧୀ ।

ABOUT THE AUTHOR

...view details