ଓଡିଶା

odisha

ETV Bharat / bharat

ହରିୟାଣାର 5ଏକର ଜମିରେ ନିର୍ମାଣ ହେବ ଭାରତ ମାତାଙ୍କ ଭବ୍ୟ ମନ୍ଦିର

ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ଭାରତ ମାତାଙ୍କ ଏକ ଭବ୍ୟ ମନ୍ଦିର ନିର୍ମାଣ କରିବା ପାଇଁ ଘୋଷଣା କରିଛନ୍ତି । ଅଧିକ ପଢନ୍ତୁ...

By

Published : Nov 25, 2019, 11:16 PM IST

ଡିଜାଇନ ଫଟୋ

ଚଣ୍ଡିଗଡ: ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ଭାରତ ମାତାଙ୍କ ଏକ ଭବ୍ୟ ମନ୍ଦିର ନିର୍ମାଣ କରିବା ପାଇଁ ଘୋଷଣା କରିଛନ୍ତି । ସୋମବାର କୁରୁକ୍ଷେତ୍ରରେ 5 ଏକର ଜମିରେ ଭାରତ ମାତାଙ୍କ ଏହି ଦିବ୍ୟ ମନ୍ଦିର ନିର୍ମାଣ କରାଯିବ ବୋଲି ସେ କହିଛନ୍ତି । ଏହି ମନ୍ଦିର ନିର୍ମାଣ ସ୍ଥଳୀ ବ୍ରହ୍ମା ସରୋବର ଓ ଜ୍ୟୋତିସର ମଧ୍ୟରେ କରାଯିବ ବୋଲି ସୂଚନା ଦିଆଯାଇଛି ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଭାରତ ଦର୍ଶନ ସହ ସଂଯୋଗ କରି ଏକ ବିଶାଳ ପ୍ରକ୍ରିୟାରେ ଏହି ମନ୍ଦିର ନିର୍ମାଣ ପାଇଁ ବିଭିନ୍ନ ମହଲରୁ ପ୍ରସ୍ତାବ ଆସୁଛି । ଏହାକୁ ଆଖି ଆଗରେ ରଖି କୁରୁକ୍ଷେତ୍ର ଭଳି ଧାର୍ମିକ ଓ ସାଂସ୍କୃତିକ କେନ୍ଦ୍ରକୁ ବ୍ୟାପକ କରିବା ସହ ଏହି ସ୍ଥାନରେ ଭାରତ ମାତାଙ୍କ ମନ୍ଦିର ନିର୍ମାଣ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ।

ଏହାସହ ମନୋହର ଲାଲ ଖଟ୍ଟର କୁରୁକ୍ଷେତ୍ରରେ ଶ୍ରୀମଦ୍‌ ଭାଗବତ ଗୀତା ଅଧ୍ୟୟନ ଓ ଗବେଷଣା ନିମନ୍ତେ ଏକ କେନ୍ଦ୍ର ସ୍ଥାପନ କରିବା ପାଇଁ ମଧ୍ୟ ସୂଚନା ଦେଇଛନ୍ତି । ଏହି କେନ୍ଦ୍ରରେ ଜିୟୋ ଗୀତା, ଅକ୍ଷରଧାମ ମନ୍ଦିର, ଇସ୍କନ ମନ୍ଦିର ନିର୍ମାଣ କରାଯିବା ପାଇଁ ପ୍ରସ୍ତାବ ରହିଛି । ଏହାସହ ହରିୟାଣା ସିଏମ୍‌ ରାଜ୍ୟ ସରକାରଙ୍କ ବ୍ୟତୀତ କୁରୁକ୍ଷେତ୍ର ବିକାଶ ବୋର୍ଡ(କେଡିବି) ଓ ଅନ୍ୟାନ୍ୟ ସାମାଜିକ ଓ ଧାର୍ମିକ ସଂଗଠନ ଓ ସାଂସ୍କୃତିକ କେନ୍ଦ୍ରର ସହଯୋଗରେ ରାଜ୍ୟରେ ବିଭିନ୍ନ ଧର୍ମପୀଠର ବିକାଶ ନିମନ୍ତେ କାମ କରାଯିବ ।

ABOUT THE AUTHOR

...view details