ଓଡିଶା

odisha

ETV Bharat / bharat

ସ୍କୁଲରେ 'ବନ୍ଦେ ମାତରମ'କୁ ପ୍ରିନ୍ସପାଲଙ୍କ ନାଁ, ତାତିଲେ ଅଭିଭାବକ

ସ୍କୁଲରେ 'ଭାରତ ମାତା କି ଜୟ' ଓ 'ବନ୍ଦେ ମାତରମ'କୁ ନେଇ ପ୍ରିନ୍ସପାଲଙ୍କ କଟକଣା । କଟକଣା ପରେ ତାତିଲା ଅଭିଭାବକ ଓ ହିନ୍ଦୁ ପରିଷଦ ।

ଫଟୋ ସୌଜନ୍ୟ: ଇଟିଭି ଭାରତ,ବ୍ୟୁରୋ

By

Published : Jul 12, 2019, 4:41 PM IST

ରାୟପୁର: ସ୍କୁଲରେ 'ବନ୍ଦେ ମାତରମ' ଓ 'ଭାରତ ମାତା କି ଜୟ' ସ୍ଲୋଗାନ ଉପରେ ପ୍ରିନ୍ସପାଲଙ୍କ କଡା କଟକଣା । କାଙ୍କେର-ଭାନୁପ୍ରତାପପୁରର ଏକ ଇଂରାଜୀ ମିଡିୟମ ସ୍କୁଲରେ ଏହି କଟକଣା ଲଗାଯାଇଥିବା ଘଟଣା ସାମ୍ନାକୁ ଆସିଛି । ଘଟଣାଟି ଜଣାପଡିବା ପରେ ସୋସିଆଲ ମିଡିଆରେ ଏବେ ବେଶ ଚର୍ଚ୍ଚାର ବିଷୟ ସୃଷ୍ଟି କରିଛି ।

ଭିଡି଼ଓ ସୌଜନ୍ୟ: ଇଟିଭି ଭାରତ,ବ୍ୟୁରୋ

ତେବେ ସ୍କୁଲରେ ଏଭଳି କଟକଣାକୁ ପ୍ରତିବାଦ ଜଣାଇ ଅଭିଭାବକ ଓ ହିନ୍ଦୁ ପରିଷଦ ପ୍ରିନ୍ସପାଲଙ୍କୁ ଘେରିଥିବା ବେଳେ ଉତ୍ତେଜନା ବଢିବାକୁ ଲାଗିଥିଲା । ଫଳରେ ସ୍ଥାନୀୟ ପ୍ରଶାସନ ଏହାକୁ ଆୟତ୍ତ କରିପାରିନଥିଲା । ପରେ ସ୍ଥାନୀୟ ତହସିଲଦାର ଓ ବ୍ଲକ ଶିକ୍ଷା ଅଧିକାରୀ ପହଞ୍ଚି ଘଟଣାର ସ୍ଥିତି ପରଖିଥିଲେ । କିନ୍ତୁ ଏ ଅଭିଯୋଗ ଖଣ୍ଡନ କରିଛନ୍ତି ପ୍ରିନ୍ସିପାଲ ।

ତହସିଲଦାର ମଧ୍ୟ ପ୍ରିନ୍ସପାଲଙ୍କ ବିରୋଧରେ ଅଣାଯାଇଥିବା ଅଭିଯୋଗକୁ ଖଣ୍ଡନ କରିବା ସହିତ ଏପରି ଯଦି କିଛି ହୋଇଥାଏ ତେବେ ସେ ନିଶ୍ଚୟ କ୍ଷମା ମାଗିବେ ବୋଲି କହିଛନ୍ତି ।

ସୂଚନାଯୋଗ୍ୟ, ଘଟଣା ବିଷୟରେ ସ୍କୁଲ ଛାତ୍ରଛାତ୍ରୀଙ୍କ ଦ୍ବାରା ପ୍ରସାର ହୋଇଥିବାବେଳେ ଦୀର୍ଘ 15 ଦିନ ହେବ ଏହି କଟକଣା ଜାରି ହୋଇଥିଲା । ତେବେ ପ୍ରତିବାଦ ସମୟରେ ଛାତ୍ରଛାତ୍ରୀ 'ଭାରତ ମାତା କି ଜୟ'ର ସ୍ଲୋଗାନ ଦେଇଥିଲେ ।

ABOUT THE AUTHOR

...view details