ନୂଆଦିଲ୍ଲୀ: ଭାରତ ବାୟୋଟେକର କୋଭିଡ୍-19 ଟୀକା କୋଭାକ୍ସିନକୁ ଜରୁରୀକାଳୀନ ପରିସ୍ଥିତିରେ ବ୍ୟବହାର କରିବା ପାଇଁ ମିଳିଲା ଅନୁମତି । ବିଶେଷଜ୍ଞ କମିଟି ଏନେଇ କେନ୍ଦ୍ରୀୟ ଡ୍ରଗ୍ସ ନିୟନ୍ତ୍ରଣ ବୋର୍ଡ (ଡିଜିସିଏ)ଙ୍କୁ ସୁପାରିଶ କରିଛି ।
ପ୍ରଥମ ସ୍ବଦେଶୀ ଟୀକା ଭାବେ କୋଭାକ୍ସିନକୁ ମିଳିଲା ଅନୁମତି - କୋରୋନା କୋଭ୍ୟାକ୍ସିନ
ପ୍ରଥମ ସ୍ବଦେଶୀ କୋଭିଡ୍-19 ଟୀକା କୋଭାକ୍ସିନକୁ ଜରୁରୀକାଳୀନ ପରିସ୍ଥିତିରେ ବ୍ୟବହାର କରିବା ପାଇଁ ମିଳିଲା ଅନୁମତି । ଅଧିକ ପଢନ୍ତୁ...
କେନ୍ଦ୍ରୀୟ ଡ୍ରଗ୍ସ ନିୟନ୍ତ୍ରଣ ବୋର୍ଡ ପ୍ୟାନେଲର ବିଶେଷଜ୍ଞ କମିଟି ଦେଶରେ ଭାରତ ବାୟୋଟେକର ସ୍ବଦେଶୀ COVID-19 ଟୀକା କୋଭାକ୍ସିନ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମୋଦନ ପ୍ରଦାନ କରିବାକୁ ସୁପାରିଶ କରିଛି । ଭାରତ ବାୟୋଟେକ ଓ ଭାରତୀୟ ମେଡିକାଲ ଗବେଷଣା କେନ୍ଦ୍ର (ICMR) ସହ ମିଳିତ ଭାବରେ କୋରୋନା ଭାଇରସର ମୁକାବାଲା ପାଇଁ କୋଭାକ୍ସିନ ବିକଶିତ କରିଛନ୍ତି । କୋଭାକ୍ସିନର ବିକଶିତ ପାଇଁ ଦେଶର ବିଭିନ୍ନ ମେଡିକାଲ, ଗବେଷଣା କେନ୍ଦ୍ର ସହିତ ତିନୋଟି ପର୍ଯ୍ୟାୟରେ ପରୀକ୍ଷଣ କରିଛନ୍ତି । ଶେଷରେ ଭାରତ ବାୟୋଟେକକୁ ମିଳିଛି ଅନୁମତି ।
କୋରୋନା ଭ୍ୟାକ୍ସିନକୁ ନେଇ କେନ୍ଦ୍ର ସରକାରଙ୍କ ଯୋଜନା ଅନୁଯାୟୀ ଦେଶରେ 30 କୋଟି ଲୋକଙ୍କୁ ପ୍ରଥମ ପର୍ଯ୍ୟାୟରେ ଟିକା ପ୍ରଦାନ କରିବା ପାଇଁ ବ୍ୟବସ୍ଥା କରାଯାଇଛି । ଏଥିପାଇଁ 1 କୋଟି ସ୍ବାସ୍ଥ୍ୟ କର୍ମୀ ସହ 2 କୋଟି ପ୍ରାଥମିକ ଓ ଅତ୍ୟାବଶ୍ୟକ କର୍ମଚାରୀର ଆବଶ୍ୟକତା ରହିଛି ।