ନୂଆଦିଲ୍ଲୀ: ଟ୍ରେଡ ୟୁନିଅନ ପକ୍ଷରୁ ବୁଧବାର ଭାରତ ବନ୍ଦ ଡାକରା ଦିଆଯାଇଛି। କେନ୍ଦ୍ର ସରକାରଙ୍କ ଶ୍ରମିକ ଓ କୃଷକ ମାରଣ ନୀତିର ପ୍ରତିବାଦ କରିବା ସହ 14 ଦଫା ଦାବି ନେଇ କେନ୍ଦ୍ର ସରକାରଙ୍କ ବିରୋଧରେ ବାମଦଳ ଓ ଶ୍ରମିକ ସଙ୍ଗଠନ ପକ୍ଷରୁ 24 ଘଣ୍ଟିଆ ଧର୍ମଘଟ ଡାକରା ଦିଆଯାଇଛି। ବ୍ୟାଙ୍କ, ବୀମା, କେନ୍ଦ୍ର ଓ ରାଜ୍ୟ କର୍ମଚାରୀଙ୍କ ଶ୍ରମିକ ସଙ୍ଗଠନ ସମୂହ ପକ୍ଷରୁ ଏହି ଡାକରା ଦିଆଯାଇଥିବା ବେଳେ, ବିରୋଧି କଂଗ୍ରେସ ଏହାକୁ ସମର୍ଥନ ଜଣାଇଛି।
ଟ୍ରେଡ ୟୁନିଅନ ପକ୍ଷରୁ ଭାରତ ବନ୍ଦ ଡାକରା - bharat bandh
ଟ୍ରେଡ ୟୁନିଅନ ପକ୍ଷରୁ ବୁଧବାର ଭାରତ ବନ୍ଦ ଡାକରା ଦିଆଯାଇଛି। ଏହା ଯୋଗୁଁ ସମସ୍ତ ସରକାରୀ କାର୍ଯ୍ୟାଳୟ, ସ୍କୁଲ, ପରିବହନ ସେବା ଆଦି ବନ୍ଦ ରହିଛି।
ଏହାର ପ୍ରଭାବ ସାରା ଦେଶରେ ଦେଖିବାକୁ ମିଳିଛି। ଏହା ଯୋଗୁଁ ସମସ୍ତ ସ୍କୁଲ ଓ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିଛି। 10ଟି ଶ୍ରମିକ ସଙ୍ଗଠନ ପକ୍ଷରୁ ଜାନିଆରୀ 8 ତାରିଖରେ ଦେଶବ୍ୟାପୀ ଭାରତ ବନ୍ଦ ଡାକରା ଦିଆଯାଇଛି। ଏଥିରେ ଅନେକ ଲୋକ ସାମିଲ ହୋଇ ହରତାଳ କରିଛନ୍ତି । ଏହାଯୋଗୁଁ ବ୍ୟାଙ୍କ ସେବା, ପରିବହନ ଏବଂ ଅନ୍ୟାନ୍ୟ ଜରୁରୀ ସେବା ପ୍ରଭାବିତ ହୋଇଛି। କେନ୍ଦ୍ର ସରକାରଙ୍କ ‘ଜନ ବିରୋଧୀ’ ନୀତିକୁ ବିରୋଧ କରି ହରତାଳ କରୁଛି ଟ୍ରେଡ ୟୁନିଅନ।
ଇଣ୍ଟକ, ଏଟକ, ସିଟୁ, ହିନ୍ଦ ମଜଦୁର ସଭା(ଏଚଏମଏସ), ଏଆଇୟୁଟିୟୁସି, ଟିୟୁସିସି, ସେବା, ଆଇଆଇସିସିଟିୟୁ, ଏଲପିଏଫ, ୟୁଟିୟୁସି ଭଳି 10ଟି ମୁଖ୍ୟ ମଜଦୂର ସଙ୍ଗଠନ ପକ୍ଷରୁ ହରତାଳ ଆହ୍ବାନ ଦିଆଯାଇଛି। ଏହା ବ୍ୟତୀତ ବିଭିନ୍ନ ସ୍ବତନ୍ତ୍ର ଫେଡରେଶନ ଏବଂ ଆସୋସିଏଶନ ମଧ୍ୟ ଭାରତ ବନ୍ଦକୁ ସମର୍ଥନ ଜଣାଇଛନ୍ତି। ସେହିପରି ଭାରତ ବନ୍ଦ ଡାକରାରେ ଏଆଇବିଇଏ, ଅଲ ଇଣ୍ଡିଆ ବ୍ୟାଙ୍କ ଅଫିସର୍ସ ଆସୋସିଏଶନ, ବିଇଏଫଆଇ, ଆଇଏନବିଇଏଫ, ଆଇଏନବିଓସି ଏବଂ ବ୍ୟାଙ୍କ କର୍ମଚାରୀ, ସେନା ମହାସଂଘ ସାମିଲ ହୋଇଛନ୍ତି।